-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
14-Oct-2022
ବୀରମହାରାଜପୁର,(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ୪୦ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାରରେ ଚତୁର୍ଥ ଦିନରେ ମହାରାଜା ମୁରାସୁର ଙ୍କ ନଗର ପରିକ୍ରମା ଓ ବିଷ୍ଣୁ ଭବନ ଦହନ ନାଟକ ମଞ୍ଚସ୍ଥ ହୋଇଛି। ଏହି ଅବସରରେ ରାଜ ଦରବାରରେ ରଙ୍କସଭା ଆୟୋଜନ ହୋଇଥିଲା। ଏଥିରେ
ରାଜ ଅତିଥି ଭାବେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, କମିରା ସରପଞ୍ଚ ଅନୂସୟା ପଧାନ, ବହପଦର ସରପଞ୍ଚ ନିରୂପମା ସେଠୀ, ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ, କେନଝିରିଆପାଲି ସରପଞ୍ଚ ସସ୍ମିତା ଦୀପ ଓ ସମିତି ସଭ୍ୟ ସୁଷମା ସେଠୀ, ଉଫୁଲା ପଞ୍ଚାୟତ ସରପଞ୍ଚ ଶ୍ରୀୟା କର୍ମୀ, ଦୁର୍ଜନତଏଲା ସରପଞ୍ଚ ପ୍ରତିନିଧି ବୃନ୍ଦାବନ ଜଗଦଲା ଓ ସମିତି ସଭ୍ୟ ଇତିଶ୍ରୀ ପ୍ରଧାନ, ହିଲୁଙ୍ଗ ସମିତି ସଭ୍ୟ ଶୈଳରଞ୍ଜନ ବାଦୀ, ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ସଂଗ୍ରାମ ପୁର ପଞ୍ଚାୟତ ସମିତି ସଭ୍ୟ ସ୍ବପ୍ନ କର୍ମୀ, ପିତାମହୁଲ ସମିତି ସଭ୍ୟ ସୁଇନ୍ଧୁ ପ୍ରଧାନ, ସମାଜସେବୀ ପ୍ରଶାନ୍ତ ବାବୁ, ସାମ୍ବାଦିକ ରାଜେଶ ସେଠୀ ଓ ଝସକେତନ ଜଗଦଲା ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହାରାଜା ମୁରାସୁରଙ୍କ ପ୍ରଶ୍ନ ଉତ୍ତର ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମଟି ପୂଜା କମିଟି ସଭାପତି ଲବ କୁମାର ସାହୁ ପରିଚାଳନା କରିଥିଲେ। ବହୁ ସଂଖ୍ୟକ ଦର୍ଶକ ବିମ୍ବିତ ରାତ୍ରି ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ। ଏହା ସହ ମୀନା ବଜାର , ବିଭିନ୍ନ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅପେରା ଧଉଲୀଗଣନାଟ୍ୟ ଆଜି ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।ପୂଜା କମିଟିର ଉପଦେଷ୍ଟା ରାଜଗୋପାଳ ପାଣିଗ୍ରାହୀ ଓ କୁଶ କୁମାକମର ସାହୁ, ଉପ ସଭାପତି କୁଶ କୁମାର ସାହୁ, ଉପ ସଭାପତି ଧନଞ୍ଜୟ ସାହୁ, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି, ମନୋଜ ନାଏକ, ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ, ପଦ୍ମନାଭ
ପ୍ରଧାନ, ସନ୍ତୋଷ ସମର୍ଥ, ଆଦିତ୍ୟ ପ୍ରସାଦ ସାହୁ, ସୁନିଲ ପ୍ରଧାନ, ସତ୍ୟବ୍ରତ ଦ୍ବାରୀ, ଲୋକନାଥ ସାହୁ, ଗୋପୀନାଥ ସାହୁ, ଶ୍ୟାମ ନନ୍ଦ, ବଳରାମ ପଧାନ, ସଞ୍ଜିବ କୁମାର ସାହୁ, ଚିତ୍ତରଞ୍ଜନ ସାହୁ, ସହଦେବ ମହାକୁର, ସଦାନନ୍ଦ ନାଏକ, ସୋମ୍ୟରଞ୍ଜନ ରଥ, ହିମାଂଶୁ ପ୍ରଧାନଙ୍କ ସହ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।