-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
12-Oct-2022
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କ ଉଦ୍ଦେଶ୍ୟ ରେ ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା ଠାରେ ସ୍ଥାନୀୟ ବିଜୁ ଜନତା ଓ ପାଇକମାଲ ବଣିକ ସଂଘ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ପ୍ରଥମେ ସ୍ବର୍ଗତ ବିଧାୟକଙ୍କ ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ର ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଉପସ୍ଥିତ ଭଦ୍ରବ୍ୟକ୍ତି ଗଣ ସ୍ବର୍ଗତ ବିଧାୟକ ଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ଓ ଧୂପକାଠି ଲଗାଇ ଶ୍ରଦ୍ଧାସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।ପରେ ଉପସ୍ଥିତ ଭଦ୍ରବ୍ୟକ୍ତି ଙ୍କ ମଧ୍ୟରେ ବିଜୟ ବାବୁ ଙ୍କ କର୍ତ୍ତବ୍ୟପରାୟଣତା,ନିର୍ଭିକ ସ୍ପଷ୍ଟ ବାଦୀ ନେତା ଉପରେ ଅନେକ ଆଲୋଚନା କରାଯାଇଥିଲା । ଏହି ସଭାରେ ପାଇକମାଲ ବଣିକ ସଙ୍ଘ ର ସଭାପତି ଶ୍ରୀମାନ ଯୁଗଳ
କିଶୋର ମେହେର , ସମ୍ପାଦକ ଶ୍ରୀମାନ ସୁବ୍ରତ ସାହୁ, ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀମାନ ଗୌତମ ସିଂ, ପାଇକମାଲ ପେକ୍ସ ର ସଭାପତି ଶ୍ରୀମାନ ବିଜୟ କୁମାର ସ୍ୱାଇଁ, ପୂର୍ବତନ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଳତାଫ ମହମ୍ମଦ, ପଞ୍ଚାୟତ ସମିତିର ଅନେକ ସମିତି ସଭ୍ୟ ଓ ସରପଞ୍ଚ ତଥା ଅନେକ କର୍ମୀ ଓ ବ୍ୟବସାୟୀ ବନ୍ଧୁ ଯୋଗଦେଇ ସ୍ବର୍ଗତ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।