-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
12-Oct-2022
ବଲାଙ୍ଗୀର ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ପାଣଗ୍ରାହୀ ଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ବିଭାଗ କର୍ମଚାରୀ ନଗଦ ଟଙ୍କା ସହ ଗିରଫ କରିଥିବା ଜଣାପଡ଼ିଛି। ବଲାଙ୍ଗୀର ଗୋଷ୍ଠୀ ଶିକ୍ଷା ଅଧିକାରୀ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ କାବୁ କରିଛି। ସୁରେଶ ଚନ୍ଦ୍ର ମେହେରଙ୍କ ଠାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ବରୁ ଦାବି ମୁତାବକ ୧୦ ହଜାର ଟଙ୍କା ଲାଞ୍ଚ ଦେବା ସମୟରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଜଗିରହିଥିବା ରହିଥିବା ଭିଜିଲାନ୍ସ ଟିମ୍ ହଠାତ୍ ଚଢାଉ କରିଥିଲେ । ଏ ନେଇ ଭିଜିଲାନ୍ସ ବିଭାଗ ତତଫରୁ ଏକ ମାମଲା ରୁଜୁ କରି ଘଟଣାର ସବିଶେଷ ତଦନ୍ତ ସହ ପୁର୍ବରୁ କେତେକ କାର୍ଯ୍ୟ ପାଇଁ ବ୍ୟାପକ ଲାଞ୍ଚ ନେଇ ଥିବା ନେଇ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
(ସନ୍ତୋଷ କୁମାର ନାଏକଙ୍କ ରିପୋର୍ଟ)