-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||     

HOME   ଜିଲ୍ଲା

ବରିଷ୍ଠ ନାଗରିକ ଦିବସ ପାଳିତ

06-Oct-2022



ବଲାଙ୍ଗୀର(ପ୍ରେରଣା ଖବର) - ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ସଭା ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ରେ ସ୍ଥିତ ସେଣ୍ଡେନାରୀ ହଲରେ ଆୟୋଜିତ ହୋଇଥିଲା । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଓ ଓଟିଭି ପଶ୍ଚିମ ଓଡିଶା ମୁଖ୍ୟ ମନୋରଂଜନ ଯୋଷୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିଲେ ଓ ମନୋରଂଜନ ମିଶ୍ର ସାଧାରଣ ସଂପାଦକ ସଂପାଦକୀୟ ବିବରଣୀ ପଠନ କରିଥିଲେ । ମଂଚର ସଦସ୍ୟ ମଧୁସୁଦନ ନାୟକ ସଭା ପରିଚାଳନା କରିଥିଲେ । ବରିଷ୍ଠ ନାଗରିକ ମଂଚ ପକ୍ଷରୁ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ଡଃ

ଗୋପବନ୍ଧୁ ରଥ ଓ ରତ୍ନମାଳା ବହିଦାରଙ୍କୁ ଯଥାକ୍ରମେ ଉକୃଷ୍ଠ କୋଶଲି ଭାଷା ସାହିତ୍ୟର ଲେଖକ ଓ ଉକୃଷ୍ଠ ସେବା ଭାବେ ସମ୍ମାନିତ କରି ଉପଢୈାକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଙ୍କ ମାନପତ୍ର ପଦ୍ମଚରଣ ଆଚାର୍ଯ୍ୟ, ଡଃ ଗୋପବନ୍ଧୁ ରଥଙ୍କ ମାନପତ୍ର ଧନଞ୍ଜୟ ମିଶ୍ର ଓ ଶ୍ରୀମତୀ ରତ୍ନମାଳ ବହିଦାରଙ୍କ ମାନପତ୍ର କପିଳେଶ୍ୱର ଖମାରୀ ପଠନ କରିଥିଲେ । ସୁଧାଂଶୁ ଶେଖର ଦର୍ଜୀ ମୁଖ୍ୟ ଉପଦେଷ୍ଟ ଓ ଅଶୋକ କୁମାର ମିଶ୍ର ଯଥାକ୍ରମ ନରସିଂହ ମିଶ୍ର ବିଧାୟକ ଓ ମନୋରଂଜନ ଯୋଷୀଙ୍କୁ ଉପଢୈାକନ ପ୍ରଦାନ କରିଥିଲେ । ବଲାଙ୍ଗିର ସୈନିକ ସଂଘର ପ୍ରତାପ ରଥ, ସଂପାକଦ ଓ ସାଥୀମାନେ ମଧ୍ୟ ଉପରୋକ୍ତ ଅତିଥିତ୍ରୟଙ୍କ ସମ୍ମାନିତ କରିଥିଲେ । ସାମ୍ବାଦିକ ଶ୍ରୀ ଯୋଷୀ ବରିଷ୍ଠ ନାଗରିକମାନେ ଦେଶର ସଂପଦ ଭାବେ ସରକାର ଘୋଷଣା କରିବାକୁ କହିଥିଲେ ଓ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର ସନ୍ତ୍ରୀସ୍ତରିୟ ବିଭାଗ ରହିବା ଉଚିତ ବୋଲି କହିଥିଲେ । ବିଧାୟକ ନରସିଂହ ମିଶ୍ର ପ୍ରଥମେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଦସ୍ୟତା ଗ୍ରହଣ କରିବାକୁ ଘୋଷଣା କଲେ ଓ ବରିଷ୍ଠ ନାଗରିକମାନଙ୍କ ମାସିକ ଭତ୍ତା ୫୦୦ ରୁ ୨୦୦୦ ଟଙ୍କା କୁ ବୃଦ୍ଧି କରିବାକୁ ସରକାରଙ୍କ ଠାରେ ଦାବି ଉପସ୍ଥାପନ ଜାରି ରଖିଛନ୍ତି ବୋଲି କହିଥିଲେ । ପୁନଶ୍ଚ

ତାଙ୍କ ଏମ୍‌.ଏଲ୍‌.ଏ. ଲାଟ ରୁ ଏକ ଅଫିସ ଗୃହ ତିଆରି ନିମନ୍ତେ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠି ଓ ତାଙ୍କ ପୁଅ ଶିବାନନ୍ଦ ତ୍ରିପାଠି, ବାସୁଦେବ ମେହେର ଓ କପିଳେଶ୍ୱର ଖମାରି ଜଗନ୍ନାଥ ଜଣାଣ ଗାନ କରିଥିଲେ । ଦୀପ ପ୍ରଜ୍ଜଳନ ସମୟରେ କସ୍ତୁରୀ ରଥ ଦେବୀ ଶ୍ଲୋକ ଗାନ କରିଥିଲେ । ପ୍ରଭାକର ମିଶ୍ରଙ୍କ ସଭାପତି ଅଭିଭାଷଣ ପରେ ସୁନୀଲ ଚନ୍ଦ୍ର ବିଶ୍ୱାଲ, ଅତିରିକ୍ତ ସାଧାରଣ ସଂପାଦକ ଧନ୍ୟବାଦ ଅର୍ପଣ ଓ ସଭା ସାଙ୍ଗ ହୋଇଥିଲା । ଏହି ସଭାରେ ବଲାଙ୍ଗିର ର ସମଭାପନ୍ନ ସଂଘ ଯଥା ନାଗରିକ କମିଟି, ବାର ଏସୋସିଏସନ, ରେଳ ଉପଭୋକ୍ତା ସଂଘ, ସୈନିକ ସଂଘ, ବ୍ରାହ୍ମଣ ମହାସଭା ଇତ୍ୟାଦି ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026

You Might Also Like