-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2022
ବଲାଙ୍ଗୀର (ପ୍ରେରଣା ଖବର)- ବଲାଙ୍ଗିର ଜିଲ୍ଲା ଦେଓଗାଁ ଠାରେ ୫୫ତମ ସାର୍ବଜନୀନ ଦୁର୍ଗା ପୂଜା ସହ ରାବଣ ଦରବାର ଅନୁଷ୍ଠିତ ହୋଇଯାଇଥିବା ବେଳେ ଦେଓଗାଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇ ଜଗତ ଜନନୀ ମାଁ ଦୁର୍ଗା ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ ଶ୍ରୀ ବିଶି ଲଂକାଧିଶପତି ରାବଣ ମହାରାଜଙ୍କ ଦରବାରେ ଆତିଥ୍ୟ ଗ୍ରହଣ କରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ଶ୍ରୀ ବିଶି ବକ୍ତବ୍ୟ ମାଧ୍ୟମରେ ଦେଓଗାଁ ତଥା ଦେଓଗାଁ ବ୍ଲକ ର ସାମୁହିକ ବିକାଶ କରିବା ପାଇଁ ,ରାଜ୍ୟ ସରକାରଙ୍କ ଲୋକାଭିମୁଖୀ
ଯୋଜନା ଯୋଗ୍ୟ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ଉଦ୍ୟମ ଜାରୀ ରହିବ ବୋଲି କହିଥିଲେ । ଦେଓଗାଁ ବ୍ଲକ କୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଓ ଅନ୍ୟାନ୍ୟ ଯୋଜନାରେ ସାମିଲ କରି ଏକ ଅଗ୍ରଣୀ ବ୍ଲକ ଗଠନ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ରାବଣ ଦରବାର ରେ ଅନ୍ୟ ମାନଙ୍କ ମଧ୍ୟରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ,ସମିତି ସଭ୍ୟ, ସରପଞ୍ଚ ଓ ଅନ୍ୟ ଅତିଥି ଗଣ ଉପସ୍ଥିତ ଥିଲେ।