-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ପିଲାଙ୍କ ପାଖରେ ପାଠାଗାରର ୧୦୦ତମ ପୂର୍ତ୍ତି ସମାରୋହ* (ପୁସ୍ତକ ବନ୍ଧୁ ଓ ପୁସ୍ତକ ମିତ୍ର ସମ୍ମାନ ପ୍ରଦାନ

03-Oct-2022



ବରଗଡ଼: "ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର" ବରଗଡ଼ ସମଗ୍ର ରାଜ୍ୟରେ ପିଲାଙ୍କ ପାଖରେ ପାଠାଗାର ପହଞ୍ଚାଇବାକୁ ଯେଉଁ ପ୍ରୟାସ ଜାରି ରଖିଛି ତାହା ଏବେ ପିଲାମାନଙ୍କୁ ପୁସ୍ତକ ମନସ୍କ କରାଇବାରେ ଏକ ଆନ୍ଦୋଳନର ରୂପ ନେବାକୁ ଯାଉଛି। ଏହି ପ୍ରୟାସ ଯେ ପିଲାମାନଙ୍କୁ ପୁସ୍ତକ ପଠନ ପ୍ରତି ପ୍ରେରିତ କରିବ ତା ନୁହେଁ ବରଂ ପିତା ମାତା ଓ ଅଭିଭାବକମାନଙ୍କୁ ପୁସ୍ତକ କ୍ରୟ କରିବାକୁ ବାଧ୍ୟ କରିବ ଯାହା ଫଳରେ ଆମ ସାହିତ୍ୟର ବିକାଶ ସାଧିତ ହୋଇପାରିବ ବୋଲି ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର ଦ୍ଵାରା ଆୟୋଜିତ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମର ୧୦୦ ତମ ପୂର୍ତ୍ତି ପାଳନ ସମାରୋହ ଯୋଗଦାନ କରି ବକ୍ତାଗଣ ମତ ପ୍ରକାଶ କରିଛନ୍ତି। ସଭାପତି ମନୋରଂଜନ ମେହେର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ବରଗଡ଼ ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅନ୍ୟ ମାନଙ୍କୁ ପ୍ରେରିତ କରିବ ଓ ଏହି ଅବସରରେ ବରଗଡ଼ର ବରପୁତ୍ର ମାନଙ୍କ ଜୀବନୀ ଆଧାରିତ ପୁସ୍ତକ ପିଲାଙ୍କ ପାଇଁ ପ୍ରକାଶ  କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସ୍ତମ୍ଭକାର ତଥା ଶିକ୍ଷାବିତ୍ ପ୍ରଫେସର ଡକ୍ଟର ପ୍ରୀତୀଶ ଆଚାର୍ଯ୍ୟ  ସାମ୍ପ୍ରତିକ ସମୟରେ ଶିଶୁ ମାନଙ୍କୁ ପୁସ୍ତକ ମନସ୍କ କରାଇବାରେ ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାରର କାର୍ଯ୍ୟ ପ୍ରଣାଳୀକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ଦ୍ବାରା ଅଭିଭାବକମାନଙ୍କ ଠାରେ ପୁସ୍ତକ  ପ୍ରତି ଆଗ୍ରହ ବଢିବ ଓ ଓଡ଼ିଆ ଭାଷା ସାହିତ୍ୟର ବିକାଶ ସାଧିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଗାନ୍ଧୀ ସ୍ମୃତି ପାଠାଗାରକୁ "ପୁସ୍ତକମିତ୍ର  ସମ୍ମାନ" ଓ ପ୍ରଫେସର ପ୍ରୀତୀଶ ଆଚାର୍ଯ୍ୟଙ୍କୁ "ପୁସ୍ତକବନ୍ଧୁ ସମ୍ମାନ" ରେ ସମ୍ମାନିତ କରାଯାଇଥିଲା ଓ ନିରବଚ୍ଛିନ୍ନ ଭାବରେ ଜନସାଧାରଣ ସ୍ଵାର୍ଥ ଆଧାରିତ ସମ୍ବାଦ ପରିବେଷଣ ପାଇଁ ବରଗଡ଼ର ପନ୍ଦର ଜଣ ବିଶିଷ୍ଟ ସାମ୍ବାଦିକଙ୍କୁ ପାଠାଗାର ତରଫରୁ ସମ୍ମାନିତ କରାଯାଇଥିଲା।ତନମଧ୍ୟରୁ ଭୂବନେଶ୍ୱର ରୁ ପ୍ରକାଶିତ ବିଶ୍ୱବାଣୀ ସମ୍ବାଦପତ୍ର ର ବରଗଡ଼ ଜିଲ୍ଲା ପ୍ରତିନିଧି ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ଅନ୍ୟତମ । ପୂର୍ବରୁ  ୧୦୦ଟି ସ୍ଥାନରେ ଆୟୋଜିତ ହୋଇଯାଇଥିବା ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମର ୧୧୦ ଜଣ କୃତି ପ୍ରତିଯୋଗୀଙ୍କୁ ମଧ୍ୟ

ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ରୋଟାରୀ ପବ୍ଲିକ ସ୍କୁଲର ଛାତ୍ରୀ ଆଦ୍ୟାଶା ପାଣିଗ୍ରାହୀ ଓ ଶ୍ରୀୟା ସ୍ଵାଇଁ ଙ୍କ  ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଓ ସା°ସ୍କୃତିକ କାର୍ଯ୍ୟକ୍ରମରେ ଅମ୍ଵାପାଲିର ନୃତ୍ୟାଞ୍ଜଳି ଡ୍ୟାନ୍ସ ଏକାଡେମୀ,ଏଇଏମ ଇଂରାଜୀ ମିଡିୟମ ସ୍କୁଲ, ସାନ ଡ୍ୟାନ୍ସ ଏକାଡେମୀ ଓ ଏକକ କଳାକାର ଭାବେ  ସୈ!ମ୍ୟା ଶାଶ୍ଵତୀ ନାୟକ, ମାନବିକା  ପଣ୍ଡା ଓ ରୂପା ସାହୁ ନିଜର କଳା ପ୍ରଦର୍ଶନ କରିଥିଲେ। ଉପସଭାପତି ଗୋପବନ୍ଧୁ ପୁରୋହିତ ସ୍ଵାଗତ ଭାଷଣ, ସହ ସମ୍ପାଦକ ଗୋପାଳ କୃଷ୍ଣ ମିଶ୍ର ଅତିଥି ପରିଚୟ ଓ ଆବାହକ ଡକ୍ଟର ରବିନାରାୟଣ ସାହୁ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ସଭ୍ୟା ପାର୍ବତୀ ଦାଶ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like