-+91-9937148622 |
prerana_bgr@rediffmail.com |
Thursday 11th June 2026 |
R.N.I. Regd No. ODIODI/2010/46693
Breaking News
03-Oct-2022
ବରଗଡ:-ଆଜି ବରଗଡ ଜିଲ୍ଲା ବିଜେପୁର ଆନନ୍ଦ ନଗର ଠାରେ ମାଁ ତାରିଣୀ ଆଶ୍ୱିନ ମାସ ଅଷ୍ଟମୀ ସୋମବାର ଦିବସେ ମାଁ ଗୈାରୀ ବେଶରେ ପୂଜା ପାଉଛନ୍ତି ।କର୍ତ୍ତା ଭାବରେ ଭକ୍ତ ହରେକୃଷ୍ଣ ସେନାପତି ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତି ସୈାଦାମିନୀ ସେନାପତି ଯଥା-ରିତିନିତି ଅନୁଯାୟୀ ସକାଳ ୭ ଘଟିକା ରୁ ମାଁ ଗୈାରୀ ବେଶ ର ପୂଜାକାର୍ଯ୍ୟ ତୁଲାଉଥିବା ବେଳେ,ପୂଜାର୍ଚ୍ଚନା ମୁଖ୍ୟ ପୁରୋହିତ ଶ୍ରୀମାନ ଚନ୍ଦନ ଶର୍ମା ଏବଂ ସହ ପୂଜକ ପଦ୍ମନ ରାଏ ଯଥା ରିତି-ନିତି ଅନୁଯାୟୀ ସକାଳ ଆଳତୀ ମାଁ ଙ୍କ ପାଖରେ ଦିଆଯାଇଛି ।ସୁଦାମ ଖରସେଲ୍ ଏବଂ ଯୁଧିଷ୍ଠିର ରଣା ଙ୍କ ତତ୍ୱାବଧାନ ରେ ଅଗଣିତ ଭକ୍ତ ଙ୍କ ସହଯୋଗ ସ୍ଥଳେ, ମାଁ ଙ୍କ ପାଖରେ ଆଜି ସକାଳେ ମହା ଆଡମ୍ବର ସହକାରେ ସକାଳ ଆଳତୀ ଓ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଛି । ଆଜି ସଂଧ୍ୟା ସମୟରେ ପ୍ରବଳ ଭକ୍ତ ଙ୍କ ହେବ ବୋଲି କମିଟି ତାର ପୂର୍ବାନୁମାନ କରିଛି ।