-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||     

HOME   ଜୀବନଶୈଳୀ

ଆପଣ କେବଳ ଫିଜିକାଲିି ନୁହେଁ ମେଣ୍ଟାଲି ଓ ସାଇକୋଲୋଜିକାଲି ମଧ୍ୟ ନିଜକୁ ସୁନ୍ଦର ରଖିବାକୁ ପଡିବ- ଶୁଭଶ୍ରୀ

29-Nov-2020



ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ ଆଜି ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିବା ପାଇଁ ଯାଉଛନ୍ତି । ଫେମିନା ମିସ୍ ଇଣ୍ଡିଆ ତରଫରୁ ଆୟୋଜିତ ହେବାକୁ ଥିବା ମିସ୍ ଇଣ୍ଡିଆ-୨ଠ୨ଠ ପ୍ରତିଯୋଗିତାରେ ମିସ ଓଡ଼ିଶାର ଟପ୍ ଫାଇବ୍‌ରେ ସ୍ଥାନ ପାଇ ସେ ମିସ୍ ଇଣ୍ଡିଆ କଂଟେଷ୍ଟ ରେ ଭାଗ ନେବାକୁ ଯୋଗ୍ୟବିବେଚିତ ହୋଇଛନ୍ତି । କେବଳ ବଲାଙ୍ଗୀର ନୁହେଁ ସାରା ଓଡ଼ିଶା ପାଇଁ ଏହା ଏକ ଗୌରବର ବିଷୟ । ଖୁବ କମ ବୟସରୁ ସେ ଏଥିପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ଏଥିରେ ବାପାମାଁ ଓ ପରିବାରର ଅନ୍ୟ ସଦସ୍ୟ ମାନେ ତାଙ୍କୁ ବିପୁଳ ପ୍ରେରଣା ଯୋଗାଇ ଆସୁଥିଲେ । ନିଜର ପରିଶ୍ରମ, ପ୍ରସ୍ତୁତି ଓ ଆତ୍ମବିଶ୍ୱାସକୁ ପୁଞ୍ଜି କରି ଶୁଭଶ୍ରୀ   ଆଜି ନିଜର ଲକ୍ଷ୍ୟ ପଥରେ ଆଗେଇ ଚାଲିଛନ୍ତି । ବଲାଙ୍ଗିର ସ୍ପେସିଆଲ ଜୁଡିସିଆଲ ମାଜିଷ୍ଟ୍ରେଟ୍ ରମେଶ ଚନ୍ଦ୍ର ରାୟଗୁରୁଙ୍କ ଝିଅ ତଥା ପ୍ରଚୁର ସମ୍ଭାବନାରେ ପରିପୂର୍ଣ୍ଣ  ଶୁଭଶ୍ରୀଙ୍କ ସହ ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଏକ ସ୍ୱତନ୍ତ୍ର ସାକ୍ଷାତକାର । 


(ପ୍ରେରଣା ଖବର)- ମିସ୍ ଇଣ୍ଡିଆ କନଟେଷ୍ଟରେ ଭାଗ ନେବାର ପ୍ରେରଣା ଆପଣ କେଉଁଠୁ ପାଇଲେ ?

ଇନ୍‌ଫେକ୍ଟ, ଇଣ୍ଡିଆ କଣ୍ଟେଷ୍ଟରେ ଭାଗ ନେବା ପାଇଁ ଓ ଆଗକୁ ବଢ଼ିବା ପାଇଁ ଯିଏ ମୋତେ ସବୁ ଠୁ ଅଧିକ ପ୍ରେରଣା ଯୋଗାଇଛି, ସେ ହେଉଛନ୍ତି ମୋ ମାଁ । ମୋ ମାଁ ମତେ ବହୁତ ସପୋର୍ଟ କରିଛନ୍ତି । ମୁଁ ଛୋଟ ଥିଲା ସମୟରୁ ସେ ସବୁବେଳେ କହୁଥିଲେ- ୟା ଭିତରେ କିଛି ତ ଅଛି ଅଲଗା । ମାଁ ଙ୍କର ସେହି ବିଶ୍ୱାସ ମୋତେ ସବୁବେଳେ ସପୋର୍ଟ ଦେଇ ଆସିଛି । ସବୁ ମାଁ ମାନେ ନିଜ ପୁଅଝିଅଙ୍କୁ ଭଲ ପାଆନ୍ତି  ଏବଂ ସେମାନେ ପାଇବା କଥା ମଧ୍ୟ । ମୁଁ ଚାହୁଁଛି, ସବୁ ବାପା ମାଁ ନଜ ପୁଅଝିଅଙ୍କ ମଧ୍ୟରେ ଥିବା ଅଲଗା ପ୍ରତିଭାକୁ ନୋଟିସ୍ କରନ୍ତୁ ଓ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଏନ୍‌କରେଜ କରନ୍ତୁ । ମୁଁ ସ୍କୁଲରେ ପଢ଼ୁଥିବା ସମୟରେ ବଲାଙ୍ଗୀରର ମହିଳା କ୍ରିକେଟର ରୋସନାରା ପରବିନ ମୋତେ ବହୁତ ପ୍ରେରଣା ଦେଇଛନ୍ତି । ମୁଁ ତାଙ୍କ ସହିତ ମିଶି କ୍ରିକେଟ ଖେଳିଛି । କ୍ରିକେଟ ଖେଳ ପ୍ରତି ମୋର ଛୋଟ ବେଳରୁ ଏଟ୍ରେକ୍ସନ୍  ଥିଲା । ମୋ ଭାଇ ବି କ୍ରେକେଟ ଖେଳୁଛି । ଏହା ଛଡା ଅର୍ଚ୍ଚିତା ସାହୁ ଓ ପ୍ରକୃତି ମିଶ୍ର ମଧ୍ୟ ମୋତେ ବହୁ ସପୋର୍ଟ କରିଛନ୍ତି, ପ୍ରେରଣା ଯୋଗାଇଛନ୍ତି । 

(ପ୍ରେରଣା ଖବର)- ଆପଣ ମିସ୍ ଇଣ୍ଡିଆ କଣ୍ଟେଷ୍ଟରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହେବାର ଖବର ପାଇବା ପରେଏ କିପରି ଲାଗିଲା ?
ଆପଣ ବିଶ୍ୱାସ କରିବେନି ସେତେବେଳେ ମୋର ଫୋନ୍ ପର୍ସରେ ରହିଯାଇଥିଲା ଓ ମୁଁ କାର୍‌ରେ ଝାରସୁଗୁଡା ଏୟାରପୋର୍ଟକୁ ଯାଉଥିଲା । ଦୀର୍ଘ ତିନି ଘଣ୍ଟା ଧରି ମୋ ହାତରେ ଫୋନ ନଥିଲା । ଯେତେବେଳେ ମୋ ପାଖକୁ ଫୋନ୍ ଆସିଲା ଯେ ମୁଁ ମିସ୍ ଓଡ଼ିଶାର ଟପ୍ ଫାଇବ୍‌ରେ ସ୍ଥାନ ପାଇଛି, ସତେବେଳେ ଆମର ପରିବାର ସମସ୍ତେ ଆମେ କାରରେ ଥିଲୁ । ଏହା ଏକ ଏକ୍‌ସାଇଟିଙ୍ଗ୍ ମୁମେଣ୍ଟ ଥିଲା । ଆପଣ କହିପାରିବେ, ଏହା ଏକ ଭଗବାନଙ୍କ ମାୟା । ମୁଁ କହିବି ଭଗବାନ ଚାହିଁଲେ କିଛି ବି ହୋଇ ପାରିବ । ଖବର ପାଇବା ପରେ ଆମେ ସମସ୍ତେ ବହୁତ ଖୁସି ହୋଇଯାଇଥିଲୁ । 
(ପ୍ରେରଣା ଖବର)- ଆପଣଙ୍କ ଭବିଷ୍ୟତ ଲକ୍ଷ୍ୟ କଣ ରହିଛି ?
-ମୁଁ ସମାଜର ଉନ୍ନତି ପାଇଁ ବହୁତ କିଛି କରିବା ପାଇଁଁ ଚାହେଁ । ମୁଁ ଏକ ଏନ୍‌ଜିଓ କରିବା ପାଇଁ ଚାହେଁ । ଏହା ମାଧ୍ୟମରେ ସମାଜର ମହିଳା ମାନଙ୍କୁ ଇଣ୍ଡିିପିଣ୍ଡେଣ୍ଟ କରିବା ପାଇଁ ମୋର ବିଜନେସ ପ୍ଲାନ୍ ରହିଛି । ମହିଳା ମାନଙ୍କ ଉନ୍ନତି ପାଇ ଫଣ୍ଡସ୍ ରାଇଜ କରି ମୁଁ ସେମାନଙ୍କ ପାଇଁ କାମ କରିବାକୁ ଚାହୁଁଛି । ମୁଁ ମିସ୍ ଓଡ଼ିଶା ଓ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଲା ପରେ ତାହା ବଳରେ ପ୍ରଥମେ ସମାଜର ମହିଳା ମାନଙ୍କ ପାଇଁ କାମ କରିବାକୁ ଚାହିଁବି । ମହିଳା ମାନେ ବହୁତ ଆର୍ଟ ଲେବର । ସେମାନଙ୍କ ମଧ୍ୟରେ ବିଭିନ୍ନ କଳା ରହିଛି । ସେମାନଙ୍କୁ ସୁଯୋଗ ମିଳିଲେ ଓ କିଛି ରୋଯଗାର କଲେ,ସେମାନେ ଅନେକ କିଛି କରିପାରିବେ । 
 

(ପ୍ରେରଣା ଖବର)- ଆପଣ ସତେଜ,ସୁନ୍ଦର ଓ ଫିଟ୍ ରହିବାର ରହସ୍ୟ କଣ ?
-ମୁଁ ନିଜ ବିଜି ସିଡ୍ୟୁଲରୁ ସମୟ ବାହାର କରି ଏକ୍ସସାଇଜ୍ କରେ । ଅନେକ ଯୋଗ କରେ । ମୋ ଭଉଣୀ ଦେବଶ୍ରୀ ରାୟଗୁରୁ ଜଣେ ନ୍ୟୁଟ୍ରେନିଷ୍ଟ । ଇନ୍‌ଫେକ୍ଟ ମତେ ସୁନ୍ଦର ଓ ଫିଟ୍ ରଖିବାରେ ତାର ଅନେକ ଯେଯାଗଦାନ ରହିଛି । କେତେବେଳେ କଣ ଖାଇବାର ଅଛି, କେତେ ପରିମାଣରେ ଖାଇବାର ଅଛି, ସେ ସବୁରେ ମୋ ଭଉଣୀ ମତେ ଗାଇଡ୍ କରିଥାଏ । 
ଆପଣ କେବଳ ଫିଜିକାଲିି ନୁହେଁ ମେଣ୍ଟାଲି ଓ ସାଇକୋଲୋଜିକାଲି ମଧ୍ୟ ନିଜକୁ ସୁନ୍ଦର ରଖିବାକୁ ପଡିବ ।
(ପ୍ରେରଣା ଖବର)- ଆପଣଙ୍କ ପାଇଁ ସଫଳତାର ମୂଳମନ୍ତ୍ର କଣ ?
-ମୋ ପାଇଁ ସଫଳତାର ମୂଳମନ୍ତ୍ର ହେଲା ଜୀବନରେ ଡେଡିକେସନ ଓ ବିଶ୍ୱାସ । ନିଜ ଉପରେ ବିଶ୍ୱାସ ରଖିଲେ ଆପଣ ଡେଫିନାଇଟଲି ଆପଣ ଯାହା ବି ଇଛା ରଖିଛନ୍ତି ପୂରଣ ହୋଇ ପାରିବ । 
(ପ୍ରସ୍ତୁତି- ନୂତନ ଦାସ)


News Comment




Photo in News

Advertisment
Lastest News
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ