-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
29-Nov-2020
(ପ୍ରେରଣା ଖବର) - ଆଜି ହାଇଦ୍ରାବାଦରେ ପହଁଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ପ୍ରଥମେ ଏଠାକାର ପ୍ରସିଦ୍ଧ ଭାଗ୍ୟଲକ୍ଷ୍ମୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରି ଅମିତ ଶାହା ସିକନ୍ଦରାବାଦରେ ରୋଡ ସୋ’ ଆରମ୍ଭ କରିଥିଲେ । ଡିସେମ୍ବର ୧ରେ ହାଇଦ୍ରାବାଦରେ ହେବାକୁ ଯାଉଥିବା ପୌର ନିର୍ବାଚନ ପାଇଁ ଶାହା ପ୍ରଚାର ପାଇଁ ପହଞ୍ଚିଥିଲେ । ଏହି ସମୟରେ ଦିଲ୍ଲୀରେ ଚାଲୁଥିବା ଚାଷୀ ଆନ୍ଦୋଳନକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦେଇଥିବା ବୟାନକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ପ୍ରଶ୍ନର ଉତ୍ତର ରଖି, ମୁଁ କେବେ ବି ଚାଷୀ ଆନ୍ଦୋଳନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିନାହିଁ। କୃଷି ବିଲ ସେମାନଙ୍କ ହିତ ପାଇଁ ବୋଲି କହିଥିଲେ ଶାହା!!*ସୂଚନା ମୁତାବକ, ଗତକାଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଖଲିସ୍ତାନୀ ଆନ୍ଦୋଳନ ବୋଲି କହିଥିଲେ। ଏ ନେଇ ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶ୍ନ କରାଯିବା ପରେ ସେ ଏଭଳି କହିନାହାନ୍ତି ଏବଂ ଆଗକୁ ମଧ୍ୟ କହିବେ ବୋଲି କହିଛନ୍ତି।ତେବେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏବାବଦରେ ଆଲୋଚନା କରିବାକୁ ଡିସେମ୍ବର ୩ ତାରିଖକୁ ପ୍ରସ୍ତାବ ଦେଇଥିଲେ । ଏହି ଭିଡିଓ ମାଧ୍ୟମରେ ଶାହା କହିଥିଲେ କି, ଯଦି ଡିସେମ୍ବର ୩ ପୂର୍ବରୁ ଚାଷୀମାନେ ଆଲୋଚନା କରିବାକୁ ଚାହାନ୍ତି ତାହେଲେ ସେମାନେ ଦିଲ୍ଲୀ ଓ ହରିଆଣା ସୀମା ଛାଡି ବୁରାଡିର ନିରଂକାରୀ ଗ୍ରାଉଣ୍ଡକୁ ଆସନ୍ତୁ । କିନ୍ତୁ ଆଜି ଶାହାଙ୍କ ଏହି ପ୍ରସ୍ତାବରେ ରାଜି ହୋଇନାହାନ୍ତି ଚାଷୀ!!