-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
18-Sep-2022
ବଲାଙ୍ଗିର //ଆଜି ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ ଦଶପୁର ର ବେହେରା ପାଲି ଠାରେ ଷାଠିଏ ଘର ଡୁମାଲ ସାମାଜ ପକ୍ଷରୁ ମାତୃ ପିତୃ ବନ୍ଦନା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି l ଏଥିରେ ମାଁ ମାନଙ୍କ ଠାରୁ ପୁଅ ମାନେ ଆଶିର୍ବାଦ ଭିକ୍ଷା କରିବା ସହ ମା ମାନଙ୍କ ଚରଣ ବନ୍ଦନା
କରିଥିଲେ l ମାଁ ଙ୍କ ଆଶିର୍ବାଦ ବିନା କେହି ସଫଳତା ପାଇ ପରେ ନାହିଁ l ଜଣେ ବ୍ୟକ୍ତି ର ଜୀବନରେ ମାଁ ର ଅବଦାନ ଅତୁଳନୀୟ ଅଟେ l ଯାହା ପାଖରେ ମାଁ ଅଛି ସେ ଦୁନିଆ ର ସବୁଠାରୁ ଶୁଖି ମଣିଷ କହିଲେ ଭୁଲ ହେବ ନାହିଁ l ତେଣୁ ମାଁ
ଙ୍କ ଚରଣ ବନ୍ଦନା କରାଯାଇ ଆଶିର୍ବାଦ କାମନା କରାଯାଇଥିଲା l ଷାଠିଏ ଘର ଡୁମାଲ ସାମାଜ ର. ଆବାହକ ଜଗନ୍ନାଥ କରନ ଙ୍କ ପରିଚାଳନାରେ ଆୟୋଯିତ ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଷାଠିଏ ଘର ଡୁମାଲ ସାମାଜ ର ସଭ୍ୟ ଇଶ୍ୱର କରନ, ପ୍ରକାଶ ମେର୍ଲି, ଗୁପ୍ତେ ପlତ୍ର, ବଜରଙ୍ଗୀ ଅମାତ, ରମାକାନ୍ତ ପ୍ରଧାନ, ବରୁଣ ବଘାର, ପ୍ରକାଶ ମେରଲି ପ୍ରମୂଖ ଯୋଗ ଦେଇଥିଲେ l