-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
18-Sep-2022
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ରେ ଓଡିଶା ମୋଟର ଚାଲକସଂଘ ସିନ୍ଧେକେଲା ଶାଖା ତରଫରୁ ଚାଳକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚାଳକ ମାନଙ୍କ ଦ୍ବାରା ସିନ୍ଧେକେଲା ଅଞ୍ଚଳର ଅଦ୍ଧିଷ୍ଠାତ୍ରୀ ଦେବୀ ମାଁ ଦ୍ବାରସେହ୍ନୀଙ୍କ ମନ୍ଦିର ପ୍ରାଙ୍ଗଣରୁ ଏକ ସଚେତନତା ରାଲୀ ବାହାରୀ ଗାଁ ପରିକ୍ରମା କରି ଚାଳକ ସଂଘ ଅଫିସ କୁ
ପହଞ୍ଚିଥିଲେ। ସେଠାରେ ଚାଳକ ସଂଘ ଦ୍ବାରା ପତାକା ଉତ୍ତୋଳନ କରା ଯାଇ ଏକ ସଭା ଆୟୋଜନ କରା ଯାଇଥିଲା। ଅତିଥି ଭାବରେ ସିନ୍ଧେକେଲା ସମିତିସଭ୍ଯ ଭୋଲାନାଥ ବେହେରା , ଯୁବନେତା ଯୁବରାଜ ବାଗ, ସାମ୍ବାଦିକ ଦିନେଶ ଜୈନ ଓ ବିଷିଷ୍ଟ ସମାଜସେବୀ ତଥା ଓଡିଶା ମୋଟର ଚାଲକସଂଘ ସିନ୍ଧେକେଲା ଶାଖାର ପରାମର୍ଶ ଦାତା ଅନିଲ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସାଧାରଣ ଜିବନ
ଯାପନ ପାଇଁ ଚାଳକ ମାନଙ୍କ ଭୁମିକା , କର୍ମ, ଚରିତ୍ର, ସେବା କିପରି ପ୍ରତିଟି ମଣିଷ ସମାଜ ପାଇଁ ସମର୍ପିତ ତାହା ଥରେ ଚିନ୍ତା କଲେ ଜଣେ ଚାଳକ କୌଣସି ଗୁଣରେ ଡକ୍ଟର ଓ ଦେଶର ସୈନିକ ମାନଙ୍କ ଠାରୁ କମ ନୁହେଁ ବୋଳି ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିନ୍ଧେକେଲା ଶାଖାର ସମସ୍ତ ସଦସ୍ଯଙ୍କ ସହ ପଦାଧିକାରୀ ଉପସ୍ଥିତ ଥିଲେ । ମୋଟର ଚାଲକସଂଘ କଲ୍ୟାଣ ପାଣ୍ଠି ଜିଲ୍ଲା ସଦସ୍ଯ ରଞ୍ଜନ ସଡଙ୍ଗୀ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।