-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
28-Nov-2020
ସମ୍ବଲପୁର, (ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ସ୍ଥାନୀୟ ଲକ୍ଷ୍ମୀ ଟକିଜ୍ ଛକ ନିକଟରେ ଜଣେ ୮ ବର୍ଷର ନାବାଳକଙ୍କ ଦୁର୍ଘଟଣା ରେ ମୃତ୍ୟୁକୁ ନେଇ ସହରରେ ଉତ୍ତେଜନା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ ସ୍ଥାନୀୟ ସାହୁ କଲୋନିର ୮ ବର୍ଷର ବାଳକ ସାହିଲ କୁମାର ନିଜ କକାଙ୍କ ସହ ଠିଆ ହୋଇଥିଲେ l ଏହି ସମୟରେ ଏକ ଜିପ୍ ସାହିଲଙ୍କୁ ଧକ୍କା ଦେଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ ସାହିଲ କୁମାର। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ସାହୁ କଲୋନିର ଲୋକେ ମୃତକର ପରିବାରକୁ କ୍ଷତିପୂରଣ ଦାବିରେ ଟାଉନ ଥାନା ଘେରାଉ କରିଥିଲେ। ପୋଲିସ ଘଟଣାରେ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଘଟାଇ ଥିବା ଜିପ କୁ ଜବତ କରିଛି l