-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
28-Nov-2020
ଦିଲ୍ଲୀ, (ପ୍ରେରଣା ଖବର) - ଦେଶରେ କରୋନା ଟିକାର ଅଗ୍ରଗତିକୁ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟିକା ପ୍ରସ୍ତୁତକାରୀ ଲ୍ୟାବକୁ ଖୋଦ୍ ଯିବେ ପ୍ରଧାନମନ୍ତ୍ରୀ। ଆଜି ମୋଦି ତିନିଟି ସହର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।
ଅହମ୍ମଦାବାଦ୍ରେ ଥିବା ଜାଏଡସ୍ ବାଓଟେକ୍ ପାର୍କ ଯିବେ। ଏହାପରେ ହାଇଦ୍ରାବାଦ୍ରେ ଥିବା ଭାରତ ବାୟୋଟେକ୍ କାର୍ଯ୍ୟାଳୟ ଗସ୍ତ କରିବେ। ଏହି ଦୁଇ ସଂସ୍ଥା ଦ୍ୱାରା ଭାରତର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ ହେଉଥିବା କୋଭାକ୍ସିନର ଅଗ୍ରଗତି ଓ ଏହାର ସ୍ଥିତିକୁ ପରଖିବେ।ସେହିପରି ପୁଣେ ସ୍ଥିତ ସେରମ୍ ଇନ୍ଷ୍ଟିଚ୍ୟୁଟକୁ ବି ଯିବେ ପ୍ରଧାନମନ୍ତ୍ରୀ। ଏଠି କରୋନା ଭ୍ୟାକସିନ୍ କୋଭିସିଲ୍ଡ ପ୍ରସ୍ତୁତ କରାଯାଉଛି। ଏହି ତିନି ସଂସ୍ଥାର ଗବେଷକ ଓ ସଂସ୍ଥା ମୁଖ୍ୟଙ୍କ ସହ ମୋଦିଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଛି। ହ୍ୟୁମାନ ଟ୍ରାଏଲ କେତେ ଦୂର ଫଳପ୍ରଦ ଏବଂ ସାଧାରଣ ଲୋକଙ୍କ ପାଖରେ ଏହି ଟିକା ପହଞ୍ଚାଇବା ନେଇ କଣ କରାଯିବ ସେ ସମ୍ପର୍କରେ ବିସ୍ତୁତ ଆଲୋଚନା କରିବେ।
ଅପରପକ୍ଷେ ହାଇଦ୍ରାବାଦ, ଅହମ୍ମଦାବାଦ୍ ଏବଂ ପୁଣେରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତିନି ସହରର ବିମାନ ବନ୍ଦରରୁ ଲାବ୍ ଯାଏ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି।*