-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
03-Sep-2022
ବରଗଡ:-ଅତାବିରା ବ୍ଲକ ନିଲେଇପାଲି ବୀଣାପାଣି ଯୁବକ ସଂଘ ଆନୁକୂଲ୍ୟରେ ୨୬ତମ ନିଲେଇପାଲି ବୀଣାପାଣି କପ ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସ୍ତରୀୟ ଦଳ ଯଥା ବରଗଡ଼ ୟୁନାଇଟେଡ଼, ଝାରସୁଗୁଡା, ସୁନ୍ଦରଗଡ, ରେଙ୍ଗାଲି ଏଫ ସି,ସମ୍ବଲପୁର ୧୧,ସୋନପୁର,ସାରସମାଲ ଏବଂ ଦିୱାନ ସ୍ପୋଟିଂ ଆଦି ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏଥିରେ ଝାରସୁଗୁଡା ଓ ଦିବନା ସ୍ପୋଟିଂ ମଧ୍ୟରେ ଫାଇନାଲ ଖେଳ ହେଇଥିଲା ଏବଂ ଦିୱାନା ସ୍ପୋଟିଂ ଦଳ ୧-୦ ଗୋଲ ରେ ବିଜୟୀ ହୋଇଥିଲା ।ଦଳ ପକ୍ଷରୁ ଦିୱାନା ସ୍ପୋଟିଂ ର ଶ୍ରୀକାନ୍ତ ବିଜୟ ଗୋଲ ଦେଇ ନିଜ ଦଳ କୁ ବିଜୟୀ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଲହଣ୍ଡା ସରପଞ୍ଚ ଅର୍ଜୁନ
ନାୟକ, ଡାକ୍ତର ଚିତ୍ତରଞ୍ଜନ ଜେନା ,ଖିରେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଣ୍ଟ ରେ ବିଜୟ ଦଳକୁ ନଗଦ ଦଶ ହଜାର ଟଙ୍କା ସହିତ ଟ୍ରଫି ଏବଂ ରାନସ ଦଳକୁ ନଗଦ ଛଅ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏବଂ ଶ୍ରେଷ୍ଠ ଖେଳାଳି ରୂପେ ଦିୱାନା ସ୍ପୋଟିଂ ର ଶ୍ରୀକାନ୍ତ ,ଶ୍ରେଷ୍ଠ କ୍ଷେତ୍ର ରକ୍ଷକ ଝାରସୁଗୁଡା ଦଳର ବିକି, ଶାନ୍ତି ଶୁଙ୍ଖଳା ପାଇଁ ସୋନପୁର ଦଳ,ଏବଂ ନିଲେଇପାଲି ଗ୍ରାମର ଟିକେଶ୍ୱର ସେଟ ଓ ପଦ୍ମଲୋଚନ ସାହୁ କୁ ପୁରସ୍କୃତ କରାଯାଇଥିଲା । ଏବଂ ଏହି ଟୁର୍ଣ୍ଣାମେଣ୍ଟ ବୀଣାପାଣି ଯୁବକ ସଂଘ ତରଫରୁ ସମସ୍ତ ଦର୍ଶକ ମାନଙ୍କ ପାଇଁ ମାଗଣାରେ ଖାଇବା ର ବ୍ୟବସ୍ତା କରାଯାଇଥିଲା । ଏଥିରେ ନିଲେଇପାଲି ଗ୍ରାମବାସୀ ବୃନ୍ଦ ଏବଂ ବୀଣାପାଣି ଯୁବକ ସଙ୍ଘ ର ସମସ୍ତ ସଦସ୍ୟ ସହଯୋଗ କରିଥଲେ ।