-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
03-Sep-2022
ବଲାଙ୍ଗୀର(ପ୍ରେରଣା ଖବର)- ଗତ କାଲି ରାତିରେ ଗଣେଶ ପୂଜା ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ ହୋଇ ଗୋଟିଏ ଗୋଷ୍ଠିର ବାପା ପୁଅ ଆହାତ ହୋଇ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ପାଟିମାଲ ଗାଁ ରେ । ସୂଚନାରୁ ପ୍ରକାଶ ଯେ ଗତକାଲି ରାତି ୧୧ ଟା ସମୟରେ ପାଟିମାଲ ଗାଁ ରେ ଗଣେଶପୂଜାର ଭସାଣି ଉତ୍ସବ ଚାଲିଥିବା ସମୟରେ ଏହି ଗାଁ ର କିଛି ଯୁବକ ଗାଁ ର ଅଜୟ ବନଛୋର ଓ ତାଙ୍କ ବାପା ବନମାଳି ବନଛୋରକୁ ଭସାଣି ଉତ୍ସବକୁ ଡାକି ସେଠାରେ ନାଚିବାକୁ କହି ବାପପୁଅଙ୍କୁ ନିସ୍ତୁକ ମାଡ ମାରିଥିଲେ । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ମାରପିିଟ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣ ର ଶିକାର ହୋଇ ଆଜି ଉଭୟ ବାପପୁଅ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ସର୍ଜରି ୱାର୍ଡରେ ଭର୍ତ୍ତି କରାଯାଇଛି । ଏ ନେଇ ଅଜୟ ବନଛୋରଙ୍କ ପକ୍ଷରୁ ତୁରେକେଲା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏ ପର୍ଯ୍ୟନ୍ତ ଆକ୍ରମଣକାରୀ ମାନେ ଗିରଫ ହୋଇ ନଥିବା ସୂଚନା ମିଳିଛି ।