-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
02-Sep-2022
ବଲାଙ୍ଗୀର(ପ୍ରେରଣା ଖବର)- ଆଜି ସଂଧ୍ୟାରେ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ବିଘ୍ନବିନାଶନ ଗଣେଶ ପୂଜା ପରିଦର୍ଶନରେ ବାହାରି ଥିଲେ । ଶ୍ରୀ ମିଶ୍ର ପ୍ରଥମେ ରୁଗୁଡି ପଡାରେ ଅନୁଷ୍ଠିତ ଗଣେଶ ପୂଜାର ରେ ମେଢ଼ ଦେଖି ସାରିବା ପରେ ଭାଗିରଥୀ ଛକ ଗଣେଶ ପୁଜା କୁ ଯାଇ ଗଣେଶଙ୍କ ଦର୍ଶନ କରିଥିଲେ । ଏଥିସହ ରୁଗୁଡିପଡା ପୂଜା ଠାରେ ଶ୍ରୀ ମିଶ୍ର କିଛି ସମୟ ଧରି ଆଳତି କରିଥିଲେ । ବିଧାୟକ ଶ୍ରୀ ମିଶ୍ର କିଛି ସମୟ ଧରି ପୂଜା କମିଟିର କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।