-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
01-Sep-2022
ପଦ୍ମପୁର: (ନରହରୀ ବଗର୍ତ୍ତୀ)ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ସୋଢ଼ା ଗ୍ରାମ ଠାରେ ପ୍ରତିବର୍ଷ ଭଳି ଆଜିକାର ପଶ୍ଚିମାଞ୍ଚଳ ର ମହାନ ଗଣପର୍ବ ନୂଆଁଖାଇ ଏଠାକାର ପ୍ରଧାନ ପରିବାର ବର୍ଗଙ୍କ ଗୋଟାଏ ସ୍ଥାନରେ ପାଳନ କରିଛନ୍ତି। ।
ପ୍ରାରମ୍ଭରେ ସକାଳୁ ଘରର ମୁଖ୍ୟ ଗାଧୁଆପାଧୁଆ ସାରିଲା ପରେ ଘର ର ଚାଷ ହୋଇଥିବା ଧାନକିଆରୀ ରେ ମାଁ ଲକ୍ଷ୍ମୀ ଙ୍କୁ ଆରାଧନା କଲାପରେ ଗୃହ କୁ ଆସି ଦେବାଦେବୀ ଙ୍କୁ
ପୂଜାର୍ଚ୍ଚନା କଲାପରେ ପ୍ରଧାନ ପରିବାର ର ମୁଖ୍ୟ ଶ୍ରୀମାନ ଟଙ୍କଧର ପ୍ରଧାନ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ ନୂଆଁ ଚରା ପ୍ରଦାନ କରିଥିଲେ । ପ୍ରଧାନ ପରିବାର ର ସଦସ୍ୟ ଗଣ ଭାବଦିଆନିଆ ଭାବେ ବଡ଼ ମାନଙ୍କୁ ମୁଣ୍ଡିଆ ମାରି ଆଶ୍ରୀର୍ବାଦ କାମନା କରିଥିଲେ ।ପରେ ଗୋଟିଏ ସ୍ଥାନରେ ରନ୍ଧାଯାଇଥିବା ଖାଦ୍ୟ ସାମଗ୍ରୀ କୁ ଆପ୍ୟାୟିତ ଭାବେ ଖିଆପିଆ କରିଥିଲେ ।ଏ ପ୍ରୟାସ ଟି ଏକତା ସୂତ୍ରରେ ବାନ୍ଧି ରଖିବା ର ନମୁନା ଅଟେ