-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
01-Sep-2022
ବଲାଙ୍ଗୀର ସୁଡ଼ପଡା ହନୁମାନ ମନ୍ଦିର ସମ୍ଭୁଖରେ ଆଜି ଅପରାହ୍ନରେ ହୋଇଥିବା ଦୁର୍ଘଟଣା ଜଣେ ମୃତ ଓ ଜଣେ ଗୁରୁତର ଥିବା ଜଣାଯାଇଛି l ସୂଚନା ଅନୁସାରେ ବେହେରା ପାଲି ର ବଜରଙ୍ଗ ସୁନା ଓ ସୁମିତ ଦୀପ ନାମକ ଦୁଇ ଜଣ ବ୍ୟକ୍ତି ନିଜ ବାଇକ ର ଭାରସମ୍ୟ ହରାଇ ବିଜୁଳି ଖୁଣ୍ଟ ରେ ପିଟି ହୋଇ ଯାଇ ଥିଲେ l ବିଜୁଳି ଖୁଣ୍ଟ ତଳେ ଲାଗି ଥିବା ଲୁହା ଛଡ଼ ଟି ସୁମିତ ର ବେକ ଭିତରେ ପଶି ଯାଇ
ଥିବାରୁ ଘଟଣାସ୍ଥଳରେ ହିଁ ସୁମିତ ଙ୍କର ମୃତ୍ୟୁ ହୋଇ ଥିବା ଜଣା ପଡ଼ିଛି ଅନ୍ୟ ଜଣେ ବଜରଙ୍ଗ ସୁନା କୁ ଗୁରୁତର ଭାବେ ସ୍ଥାନୀୟ ଲୋକେ ଭୀମଭୋଇ ମେଡିକାଲ ରେ ଭର୍ତି କରା ଯାଇ ଥିବର ଦେଖିବାକୁ ମିଳିଛି ଘଟଣା ସ୍ଥଳକୁ ବଲାଙ୍ଗୀର ଟାଉନ ପୋଲିସ ପହଂଚି ମୃତ ସୁମିତ ଙ୍କର ଶବ କୁ ଜବତ କରି ପୋଲିସ ଗାଡ଼ିରେ ଭୀମଭୋଇ ମେଡିକାଲ କୁ ଆଣି ଥିଲେ ଡାକ୍ତର ସୁମିତ କୁ ମୃତ ଘୋଷଣା କରି ବ୍ୟବଛେଦ ପାଇଁ ପଠେଇ ଦେଇ ଥିବର ସୂଚନା ରହିଛି l