-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
01-Sep-2022
ବଲାଙ୍ଗିର(ପ୍ରେରଣା ଖବର) ଆଜି ବଲାଙ୍ଗିର କ୍ଲବ ପଡା ସ୍ଥିତ ନିଜ ଭାସଭବନରେ ବିଧାୟକ ନରସିଂହ ମିଶ୍ର ନବାହ୍ନ ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ମିଶ୍ର ବଲାଙ୍ଗିର ତଥା ରାଜ୍ୟ ବାସୀଙ୍କୁ ନୂଆଁଖାଇ ର ଅଭିନନ୍ଦନ ଜଣାଇବା ସହ ଏ ବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ, ନୂଆଁଖାଇ ଭଳି ସମାଜ ମଧ୍ୟରେ ଏକତା ଓ ଆଦର ବଢୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ନୂଆଁଖାଇ ହେଉଛି ଏକତା, ଆଦର ଓ କୃତଜ୍ଞତାର ପର୍ବ । ଚାଷୀ ପ୍ରକୃତିର ଅବଦାନ ପ୍ରତି କୃତଜ୍ଞତା ଜ୍ଞାପନ କରି ସପରିବାର ଧୂମଧାମରେ ଏହି ପର୍ବ ପାଳନ କରେ । ଏ ବର୍ଷ ଚାଷୀକୁଳ ତାର ବର୍ଷ ତମାମ ପରିଶ୍ରମର ସୁଫଳ ପାଉ । ବ୍ୟବସ୍ଥା ତାକୁ ଉଚିତ ସମୟରେ ଅବଶ୍ୟକୀୟ ସାର, ବିହନ ଓ ଅନ୍ୟାନ୍ୟ ସାହୟତା ଯୋଗାଇ ଦେଉ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସହର ତଥା ଆଖ ପାଖ ବିଭୀନ୍ନ ଅଂଚଳର ଲୋକେ ବିଧାୟକଙ୍କ ଘରକୁ ଆସି ତାଙ୍କୁ ନୂଆଁଖାଇ ଭେଟଘାଟ କରି ଶୁଭେଚ୍ଛା ଜଣାଇଛନ୍ତି ।