-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
29-Aug-2022
କଟକ:(ପ୍ରେରଣା ଖବର ବ୍ୟୁରୋ)-ଓଡିଶା ରାଜ୍ୟ ର ଏକ ନିର୍ଭର ଯୋଗ୍ୟ, ଲୋକପ୍ରିୟ ଡିଜିଟାଲ ତ୍ରିଭାଷୀ ୱେବସାଇଟ ସମ୍ବାଦ ସରବରାହ ସଂସ୍ଥା ତଥା କଟକରୁ ଶ୍ରୀମାନ ଅଭିଷେକ ଯୋଶୀ ଙ୍କ ସମ୍ପାଦନାରେ ପ୍ରକାଶିତ ପାକ୍ଷିକ ସମ୍ବାଦପତ୍ର କ୍ରାନ୍ତିଓଡିଶା ର ସପ୍ତମ ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱର ସ୍ଥିତ ପ୍ରେସିଡେନ୍ସି ହୋଟେଲ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ପାଦକ ଅଭିଷେକ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅତିଥି ଭାବରେ ଓଡ଼ିଶା ର ମୁଖ୍ୟ ଅଗ୍ନିଶମ ଅଧିକାରୀ ରମେଶ କୁମାର ମାଝୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ, କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ, ଭୁବନେଶ୍ୱର ମାରୱାଡ଼ି ସମାଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ ଲାଠ, ଇଞ୍ଜିନିୟର ଲଲିତ ପଟ୍ଟନାୟକ ଯୋଗଦେଇ ବର୍ତ୍ତମାନ ସମୟରେ ଡିଜିଟାଲ ସମ୍ବାଦ ସରବରାହ ଉପରେ ଲୋକଙ୍କ ଆସ୍ଥା ବଢ଼ିବାରେ ଲାଗିଛି। ମୁଖ୍ୟ ସମ୍ପାଦକ ଶ୍ରୀମାନ ଯୋଶୀ ଙ୍କ ସମ୍ପାଦନା ରେ ଓଡ଼ିଶାର ପ୍ରତିଷ୍ଠିତ ତ୍ରିଭାଷୀ ୱେବସାଇଟ ଚ୍ୟାନେଲ କ୍ରାନ୍ତିଓଡିଶା ର ଓଡ଼ିଶା ରାଜ୍ୟ ତଥା ସାରା ଭାରତ ବର୍ଷ ରେ ଆଦରଣୀୟ ହୋଇପାରିଛି । ଗୋଟିଏ ମିନିଟ ର ପ୍ରମୁଖ ଖବର ପ୍ରକାଶନ ରେ ନଂ ୱାନ ଭାବେ କ୍ରାନ୍ତିଓଡିଶା ଲୋକ ଙ୍କ ହୃଦୟ ରେ ବସାବାନ୍ଧି ସାରିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କିଛି ସମୟ ପରେ ସମସ୍ତ ଗଣ୍ୟମାନ୍ୟ ଅତିଥି ମାନଙ୍କ କରକମଳରେ ପ୍ରକାଶିତ ପାକ୍ଷିକ ସମ୍ବାଦପତ୍ର କ୍ରାନ୍ତିଓଡିଶା କୁ ଉନ୍ମୋଚିତ କରିଥିଲେ।ଏ ଅବସରରେ ବରିଷ୍ଠ ସାମ୍ବାଦିକ ଭାବରେ ନିରଞ୍ଜନ ତ୍ରିପାଠୀ ଙ୍କୁ ଶ୍ରେଷ୍ଠ ସାମ୍ବାଦିକ ୨୦୨୨ ଭାବେ ସମ୍ବର୍ଦ୍ଧିତ କରାଯାଇଥିବାବେଳେ, ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ରାମାୟଣର ବ୍ୟାସ ଭାବେ,ସୁନାରାମ ସିଂ, ବିଭୁ ପ୍ରସନ୍ନ ମହାପାତ୍ର, କାହ୍ନୁଚରଣ ପାତ୍ର ଙ୍କୁ ପରିବେଶ ମିତ୍ରଭାବେ, ଜିତେନ୍ଦ୍ର ସାହୁ,କେ.ରାମାରାଓଙ୍କୁ ପରିବେଶ ବଂଧୁ
ଭାବେ, ସାରଦା ପ୍ରସନ୍ନ ସ୍ୱାଇଁ ଙ୍କୁ ଶ୍ରେଷ୍ଠ ଯୁବନେତା ଭାବରେ, ଦେବବ୍ରତ ମିତ୍ର ଙ୍କୁ ଶ୍ରେଷ୍ଠ ଭିଡିଓ ସାମ୍ବାଦିକ ଭାବରେ, ସୁଦାମ ବାରିକ ଙ୍କୁ ଶ୍ରେଷ୍ଠ ଗବେଷକ ଭାବେ,ମୁନା ପଣ୍ଡା ଙ୍କୁ ଶ୍ରେଷ୍ଠ ଯୁବ ସମାଜସେବୀ ଭାବେ ତଥା ଶ୍ରେଷ୍ଠ ଯୁବ ଡାକ୍ତର ଭାବେ ଡାକ୍ତର ଅନୁପ ବୁଦ୍ଧିଆ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯାଇଥିଲା । ତିନିବର୍ଷ ଶିଶୁ ମାଷ୍ଟର ୟୁବାନ ପଣ୍ଡା ଙ୍କ ଚମତ୍କାର କରୋନା ସଚେତନତା ର ମାର୍ଗଦର୍ଶକ ଭାବେ ଶ୍ରେଷ୍ଠ ବିଜେତା ଭାବେ ବିବେଚିତ ଭାବେ ବିବେଚିତ ହୋଇଥିଲେ ।