-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
29-Aug-2022
ସଇଁନ୍ତଲା- ଦେଓଗାଁ ବ୍ଲକ ସିଆଲଯୋର ଗ୍ରାମର ପଦ୍ମାଲୟା ସାନ୍ତା ଓ ରେଙ୍ଗାଲି ଗ୍ରାମର ଧରିତ୍ରୀ ପଧାନ ଉଭୟେ ବଲାଙ୍ଗିର ଭିମ ଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ଶରୀରରେ ରକ୍ତାଭାବରୁ ଡାକ୍ତର ତାଙ୍କୁ ଏ ପଜିଟିଭ୍ ଏବଂ ଏବି ପଜିଟିଭ ରକ୍ତ ଦେବା ପାଇଁ ପରାମର୍ସ ଦେଇଥିଲେ । ଉଭୟେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଫୋନ ମାଧ୍ୟମରେ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇବା ମାତ୍ରେ ବହଲି ଗ୍ରାମର ଯୁବରାଜ ପଧାନ ଓ ଉପରଝର ଗ୍ରାମର ଉତ୍ତମ ବିଶ୍ୱାଲ ଆସି ରକ୍ତଦାନ କରିଥିବା ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ପ୍ରକାଶ କରିଛନ୍ତି । ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ରକ୍ତାଭାବ ସମୟରେ ରକ୍ତଦାନ କରୁଥିବାରୁ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଂଗଠନକୁ ବୁଦ୍ଧିଜିବି ମହଲରେ ପ୍ରଶଂସା କରାଯାଉଛି । ରକ୍ତଦାନ ସମୟରେ ପୁଇନ୍ତଲା ବ୍ଲକ ସଦସ୍ୟ ଜିତେନ୍ଦ୍ର ବିଶ୍ୱାଲ, ଅନିରୁଦ୍ଧ ଖମାରି, ମିଲନ ପଧାନ, ରାଜ ପଧାନ ଉପସ୍ଥିତ ଥିଲେ ।