-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
29-Aug-2022
କଳାହାଣ୍ଡି,ଗୋଲାମୁଣ୍ଡା(ତ୍ରିନାଥ ଵେଶ୍ରା)
କରୋନା ସମୟରେ ଦିର୍ଘ 2 ବର୍ଷରୁ ଉର୍ଦ୍ଧ୍ୱ ବିଦ୍ୟାଳୟଗୁଡିକ ବନ୍ଦ ରହିଥିଲା ଫଳରେ ଛାତ୍ରଛାତ୍ରୀମାନେ ଶିକ୍ଷାଦାନ ପାଇବାରୁ ବଞ୍ଚିତ ହୋଇ ରହିଥିଲେ। ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡିକରେ ପିଲାମାନଙ୍କର ପାଠ ପଢ଼ାରେ ରୋକ ଲଗାଯାଇଥିଲା ଏହାକୁ ଦୃଷ୍ଟିରେ ରଖି ପିଲାମାନେ କିପରି ନିୟମିତ ପାଠ ପଢି ପାରିବେ ସେଥିପାଇଁ କଳାହାଣ୍ଡି ଜିଲ୍ଲାସ୍ତରୀୟ ନାଗରିକ ବିକାଶ ସଂଗଠନ ରାଜ୍ୟସ୍ତରୀୟ ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାର 10 ଗୋଟି ବ୍ଲକରେ ଗ୍ରାମାଞ୍ଚଳରେ ରହୁଥିବା ଶିକ୍ଷିତ ଯୁବକ, ଯୁବତୀ ମାନଙ୍କୁ ଗ୍ରାମ କମିଟି ମାଧ୍ୟମରେ ସ୍ଵେଚ୍ଛାସେବୀ ଚୟନ କରାଯାଇ କରୋନା ସମୟରେ ତଥା ଲକ୍ ଡାଉନ୍ ସମୟରେ ମୋ ଚାଟଶାଳୀ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କୁ ପାଠପଢାଇ ଥିଲେ।
ତେଣୁ ସ୍ଵେଚ୍ଛାସେବୀ ମାନଙ୍କୁ ଅଭିବାଦନ ଜଣାଇବା ଉଦ୍ଦେଶ୍ୟରେ ଏବଂ OSM, MSMO ଓ ଆତ୍ମଶକ୍ତି ଟ୍ରଷ୍ଟର ଲୋକସେବୀ ମହତ୍ ଉଦ୍ଦେଶ୍ୟକୁ ଅବଗତ କରାଇବା ପାଇଁ ଗୋଲକୁଣ୍ଡା, ବ୍ଲକରେ ମୋ ଚାଟଶାଳୀରେ ପାଠ ପଢାଉଥିବା ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚହକା ଗ୍ରାମପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଦୁଇ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ କରାଯାଇଛି।
ନାଗରିକ ବିକାଶ ସଂଗଠନ ତରଫରୁ ଅନୁଷ୍ଠିତ ଏହି ତାଲିମ ଶିବିରରେ ଗୋଲାମୁଣ୍ଡା ବ୍ଲକରୁ
30 ରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସେବୀ ଉପସ୍ଥିତ ଥିଲେ । ଏହି ଶିବିର ଆୟୋଜନ କରାଯିବାର ମୁଖ୍ୟ ବିଷୟ ହେଉଛି, ଏହି ଦୁଇ ଦିନ ମଧ୍ୟରେ ସେମାନଙ୍କ ମୋ ଚାଟଶାଳୀର ଅଭିଜ୍ଞତା ଉଲ୍ଲେଖ କରି ଆସନ୍ତା ସମୟରେ ଜଣେ ସ୍ଵେଚ୍ଛାସେବୀ 12 ଜଣ ସାଥୀଙ୍କୁ ଯୋଡି ବ୍ୟକ୍ତି ନିର୍ମାଣ ଏବଂ ସମାଜ ନିର୍ମାଣ ରାସ୍ତାରେ ଅଗ୍ରସର ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆତ୍ମଶକ୍ତି ଟ୍ରଷ୍ଟର ପ୍ରଶିକ୍ଷଣ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ବାଳକୃଷ୍ଣ ପଟ୍ଟନାୟକ ଉପସ୍ଥିତ ରହି ଉପରୋକ୍ତ କାର୍ଯ୍ୟକ୍ରମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ।
ଶେଷରେ ସମସ୍ତ ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଚହକା ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ହେମାବନ୍ତି ତାଣ୍ଡି , ପ୍ରମୁଖ ଉପସ୍ଥିତ ରହି ମୋ ଚାଟଶାଳୀର ଆବଶ୍ୟକତା ସମ୍ପର୍କରେ କହିଥିଲେ।
କଳାହାଣ୍ଡି ଜିଲ୍ଲା ନାଗରିକ ବିକାଶ ସଂଗଠନ କୋକସରା ବ୍ଲକ ସଂଯୋଜକ ଉପେନ୍ଦ୍ର ସୁନାନୀ,ଏକାଉଣ୍ଟ ଟେଣ୍ଟ ଗୌତମ ଭୋଇ ଯୋଗଦାନ୍ କରିଥିଲେ ଓ ଉକ୍ତ ଶିବିର କାର୍ଯ୍ୟକ୍ରମକୁ ଗୋଲାମୁଣ୍ଡା ବ୍ଲକ୍ ସଂଯୋଜକ ଗୌରବ ସୁନାନୀ ସମେତ ଜନସାଥୀ ଝସ୍କେତନ୍ ହରିଜନ, ଅକ୍ଷୟ କୁମାର, ପବିତ୍ର କୁମାର୍ ବେଶ୍ରା, ପୂର୍ଣ୍ଣ ସାହାଯ୍ୟ ସହୋଯାଗ କରିଥିଲେ।