-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
28-Aug-2022
ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ) ଗତକାଲି ସନ୍ଧ୍ୟା ସମୟରେ ସଇଁତଲା ବ୍ଲକ ଅନ୍ତର୍ଗତ ବୁଢାବାହାଲ ପଂଚାୟତ ରେମଣ୍ଡା ଗ୍ରାମର ଡମ୍ବରୁଧର କୁମ୍ଭାରଙ୍କ ପୁତ୍ର ଅନ୍ତର୍ଯ୍ୟାମୀ କୁମ୍ଭାର ଚାକରୀ ପାଇଁ ବଲାଙ୍ଗୀରରେ ପରୀକ୍ଷା ଦେଇ ଘରକୁ ଫେରୁଥିବା ସମୟରେ ଦେଓଗାଁ ସାଗରପାଲି ପନି ସୁଗର ପାଖରେ ଅଗ୍ନିଶମ ଅଫିସର କିଛି ଦୂରରେ ଏକ ବ୍ରେକ ଡାଉନ ହୋଇ ପଡିଥବା କୋଇଲା ବୋଝେଇ ଟ୍ରକ(ଓ ଡି ୦୪ କ୍ୟୁ ୩୨୯୨) ସହ
ଅନ୍ତର୍ଯ୍ୟାମୀଙ୍କ ବାଇକ ଓଡି ୦୩ ଆର୍ ୨୦୦୩ ଧକ୍କା ହେବାରୁ ଦୁର୍ଘଟଣାର ଶିକାର ହେଲେ l ପରେପରେ ଅଗ୍ନିଶମଙ୍କ ସହାୟତାରେ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲକୁ ଅଣା ଯାଇଥିଲା l ଡ଼ ଅନ୍ତର୍ଯ୍ୟାମୀଙ୍କୁ ମୃତ ଘୋଷଣା କରିଥିଲେ l ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି l ସୂଚନାରୁ ପ୍ରକାଶ ଯେ ଦୀର୍ଘ ସାତଦିନ ବିତିଯାଇଥିଲେ ସୁଦ୍ଧା ଟ୍ରକଟି ଦେଓଗାଁ ମୁଖ୍ୟ ରାସ୍ତାରେ ବ୍ରେକ ଡାଉନ ଅବସ୍ଥାରେ ପଡି ରହିଛି l ପ୍ରଶ୍ନ ଉଠୁଛି, ଏ ସବୁ କଣ ପ୍ରଶାସନ ଦେଖିପାରୁନି କି ? ଆଉ କେତେଜଣଙ୍କ ଜୀବନ ଗଲେ ପ୍ରଶାସନର ଚେତା ପଶିବ ବୋଲି ଜନମତ ପ୍ରକାଶ ପାଇଛି l