-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
28-Aug-2022
ସଇଁନ୍ତଲା(ଅନ୍ତର୍ଯ୍ୟାମୀ ସାହୁ) - ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଠାରେ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ଇକୋ କ୍ଲବ ଅମରାବତୀ ଓ ଜୁନିୟର ରେଡକ୍ରସ ଅନୁକୁଲ୍ୟରୁ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭାପତିତ୍ୱ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଣେଶ ରଣା ଓ ମୁଖ୍ୟବକ୍ତା ଭାବରେ କେରମେଲି ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା
ବିଜ୍ଞାନ ଶିକ୍ଷକ ସରୋଜ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ କ୍ଲବ କଲୋନିର ସିଆରସି ଚିନ୍ତାମଣି ସାହୁ ଯୋଗ ଦେଇଥିଲେ । ପ୍ଲାଷ୍ଟିକ ପରିବେଶ ଉପରେ କୁପ୍ରଭାବ ପକାଉଛି । ପଶୁପକ୍ଷୀ ତଥା ପ୍ରାଣୀମାନଙ୍କର ଜୈବ ବିବଧତା ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଦ୍ୱାରା ସେମାନଙ୍କ ବଂଶ ବୃଦ୍ଧି ତଥା ଜିବନଚାର୍ଯ୍ୟ ଉପରେ ପ୍ରଭାବ ପକାଉଛି । ସିଙ୍ଗଲ ୟୁଜ୍ ଅଫ୍ ପ୍ଲାଷ୍ଟିକ ଆମେ ସମସ୍ତେ ବନ୍ଦ କରିବା ଉଚିତ ବୋଲି ମୁଖ୍ୟ ବକ୍ତା ସରୋଜ ମିଶ୍ର ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ ଦ୍ୱାରା ସିଙ୍ଗିଲ ୟୁଜ୍ ଅଫ୍ ପ୍ଲାଷ୍ଟିକ ଠାରୁ ଦୂରେଇ ରହିବା ପାଇଁ ତଥା ନିଜ ପରିବାରର ଅନ୍ୟମାନଙ୍କୁ ବ୍ୟବହାର ନ କରିବା ପାଇଁ ଏକ ଶପଥ ପାଠ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପିଲାମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ହୋଇଥିଲା । ସୁପ୍ରିୟା ରଣା, ମୀରା ପଧାନ, ସୁନିଲ ରଣା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ମୁଖ୍ୟ ଅତିଥି ଠାରୁ
ସମ୍ମାନିତ ହୋଇଥିଲେ । ବିଦ୍ୟାଳୟ ପ୍ରକୃତିବନ୍ଧୁ ଶିକ୍ଷକ ତଥା ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶଙ୍କ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସଂସ୍କୃତ ଶିକ୍ଷକ ସୁଦର୍ଶନ ଦାଶ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ରେଣୁକା ସାହୁ, ଗାୟତ୍ରି ବାରିକ, ଦ୍ରୋପଦି ଭୋଇ, କାନ୍ତୀ ଭୋଇ, ଯଶୋବନ୍ତୀ ସୁନା, ଶିକ୍ଷକ ଲିଙ୍ଗରାଜ ନନ୍ଦ, ହିମାଂଶୁ ଶେଖର ବିଶ୍ୱାଲ, ସମିର ସେଠି, ଦିପକସେନ ଧରୁଆ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ । ଶେଷରେ ଛାତ୍ରୀ ମାମୁନି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।