-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
13-Aug-2022
ନାକଟିଦେଉଳ(କନ୍ଦର୍ପ ବେହେରା) ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ସ୍ନାତକ ମହାଵିଦ୍ୟାଳୟ ରେ ସ୍ଵଭାବ କଵି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଗଙ୍ଗାଧର ମେହେରଙ୍କ ଜୀବନୀ ତାଙ୍କର କାବ୍ୟ କବିତା ସଂପର୍କରେ ଆଲୋଚନା ହୋଇଥିଲା । ଏଥିରେ ଅଧ୍ୟାପକ ଦେଵେଶ୍ କୁମାର ବିଶ୍ଵାଳ, ଶେଷଦେବ ଵିଶ୍ଵାଳ, ଵିନୋଦ ବିହାରୀ ପ୍ରଧାନ ଓ ଭଜମୋହନ ପ୍ରଧାନ କଵି ଗଙ୍ଗାଧର ମେହେର ଙ୍କ ଜୀବନ , ପ୍ରତିଭା ଓ କୃତୀ ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀ ଵିଭୂତି ଭୂଷଣ ସାହୁ ଓ ଶ୍ରୀ ସୁଦାମ ସାହୁ ସାହାଯ୍ୟ ସହଯୋଗ କରିଥିଲେ । କଲେଜର ଛାତ୍ର ଛାତ୍ରୀମାନେ ଯୋଗଦେଇଥିଲେ ା
.