-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
11-Aug-2022
ବଲାଙ୍ଗିର,(ପ୍ରେରଣା ଖବର) ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଟିକ୍ରାପଡା ଠାରେ ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିର ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ବରିଷ୍ଠ ଆଇନଜିବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦେଇ କବି ଗଙ୍ଗାଧରଙ୍କ ସାହିତ୍ୟ ରେ ସାଧାରଣ ଜନ ଜୀବନର କଥା ଠୁ ଆମ୍ଭ କରି ପ୍ରକୃତି ପରିବେଶ, ନାରୀ ଚରିତ୍ର, ସମାଜ ସଂସ୍କାର ତଥା ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଉପଦେଷ୍ଟା କପିଳ ପତି, ହୃଷିକେଶ ପୁରୋହିତ, ସଭ୍ୟ ଚୁଡେନ୍ଦ୍ର ବେହେରା, ମଦନ ମୋହନ ରଥ, କସ୍ତୁରୀ ରଥ, ତପସ୍ୱିନୀ ପଶାୟତ ଗଙ୍ଗାଧରଙ୍କ ସାହିତ୍ୟ ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭିକ ସୁଚନା ଓ ସଭା ପରିଚାଳନା କରିଥିଲେ ଅନୁଷ୍ଠାନର ସଂପାଦକ ରତ୍ନମୟ ତ୍ରିପାଠି । ଏହି ଅବସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଧନ୍ୟବାଦ ଦେଇଥିଲେ ଅରୁଣ କୁମାର ଖୁଆସ । କାର୍ଯ୍ୟକ୍ରମକୁ ସଫଳ କରିବାରେ ସୁନାଧର ବନଛୋର, ଦୁର୍ଗାଚରଣ ସାହୁ ସହଯୋଗ କରିଥିଲେ ।