-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
24-Jul-2022
କନ୍ଧମାଳ:(ସୁଶିଲ କୁମାର ପାଣିଗ୍ରାହୀ): ପ୍ରଥମଥର ପାଇଁ ଓଡ଼ିଶାର ଜଣେ ମହିଳା ରାଷ୍ଟ୍ରପତି ପଦ ପାଇଁ ବିଜୟ ପରେ ଡ଼ିଆରଡ଼ିଏ ଛକରେ ବିଜେପି ଦଳ ପକ୍ଷରୁ ପାଳନ ହୋଇଛି ବିଜୟ ଉତ୍ସବ। ଏହି ଅବସରରେ ଯୋଗ ଦେଇଥିବା ବିଜେପି ନେତା ଓ କର୍ମୀମାନେ ନାଚ ନାଚିବା ସହିତ ମିଠା ବାଣ୍ଟିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ସ୍ମିତାରାଣି ମହାନ୍ତି, ଯୁବନେତା ଗୋଲକ କହଁର, ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି, ଅଜିତ୍ ପଟନାୟକ, ବିଜେପି କାଉନସିଲର ରମେଶ ମହାନ୍ତି, ବାବୁ ମହାନ୍ତି, ଜିଲା ସଂପାଦକ ଲିଙ୍ଗରାଜ ଦଳବେହେରା, ପରେଶ ମହାପାତ୍ର ଓ ଅନ୍ୟମାନେ ଏଥିରେ ସାମିଲ୍ ହୋଇଥିଲେ। ସେହିଭଳି ବିଜେପି ପକ୍ଷରୁ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ବାଣ ଫୁଟାଇ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଥିବା ବେଳେ ବିଭିନ୍ନ ଅଞ୍ଚଳର ବହୁ ସ୍ଥାନୀୟ ନେତାମାନେ ସାମିଲ୍ ହୋଇଥିଲେ।