-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
24-Jul-2022
ବିନିକା(ହିମାଂଶୁ ଶେଖର ପୁଟେଲ)ଗତକାଲି ରାତି ଓ ଆଜି ସକାଳେ ବିନିକା ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଯୋଗୁଁ ବିନିକା ବ୍ଳକ ଅନ୍ତର୍ଗତ ସିଂହିଜୁବା ପଞ୍ଚାୟତ ଅସୁରଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟ ଉପରେ ଗଛ ପଡି ଯିବାରୁ ସ୍କୁଲର
ଆଜବେଷ୍ଟସ ଭାଙ୍ଗି ପଡ଼ିଛି ।ରବିବାର ସ୍କୁଲ ଛୁଟି ଥିବାରୁ ଏକ ବଡ଼ ବିପଦରୁ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନେ ବର୍ତ୍ତି ଯାଇଛନ୍ତି ।ସୂଚନା ଯୋଗ୍ୟ ଯେ ୧୯୬୪ମସିହାରୁ ସ୍ଥାପିତ ଏହି ସ୍କୁଲର ସେଭଳି ଆନୁଷଙ୍ଗିକ ମରାମତି ହେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତିଦିନ ପରି ଆସନ୍ତାକାଲି ସୋମବାର ସ୍କୁଲ ଖୋଲିବାକୁ ଯାଉଥିବାରୁ ଅଧ୍ୟୟନ ରତ ଛାତ୍ରଛାତ୍ରୀ ପାଠ ପଡ଼ିବା ପାଇଁ ଆସିବେ ।ତେଣୁ ଭାଙ୍ଗି ପଡିଥିବା ଆଜବେଷ୍ଟସ ସ୍ଥାନକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।