-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
24-Jul-2022
ବଲାଙ୍ଗିର/ବଲାଙ୍ଗିର ମହିଳା ମହାବିଦ୍ୟାଳୟର ସ୍ନିଗ୍ଧଛାୟା ଛାତ୍ରୀ ନିବାସରେ ଅଚଳାବସ୍ଥା ଜାରୀ ରହିଛି । ଏଠାରେ ନିଯୁକ୍ତ ହୋଇଥିବା ୧୨ ଜଣ ୱାର୍ଡେନ, ମେଟ୍ରନ ଏବଂ ରୋଷେୟାଙ୍କୁ କମ ଦରମା ଦେଇ ରଖାଯାଇଥିଲା । ଦୀର୍ଘ ବର୍ଷ ପରେ ପାଉଣା ବଢାଇବା ପାଇଁ ଦାବୀ କଲେ ଅସ୍ଥାୟୀ କର୍ମଚାରୀ । କଲେଜ କତୃପକ୍ଷ କୌଣସି ପଦକ୍ଷେପ ନନେବାରୁ, ଶେଷରେ କର୍ମଚାରୀ ମାନେ ଲେବର କମିଶନରର ଦ୍ୱାରସ୍ଥ ହୋଇଥିଲେ । ଲେବର କମିଶନର ପାଉଣା ବଢାଇବା ପାଇଁ, କଲେଜ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ । ତାପରେ ପାଉଣା ବଢାଇବା ବଦଳରେ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ଛଟେଇ କରି ଠିକା କଂପାନୀ ଦ୍ୱାରା କର୍ମଚାରୀ ନିଯୁକ୍ତି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାର ବିରୋଧ କରି ଛଟେଇ ଅସ୍ଥାୟୀ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି ଅସ୍ଥାୟୀ କର୍ମଚାରୀ ।