-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
ଦିଲ୍ଲୀ, (ପ୍ରେରଣା ଖବର) - ବିଶ୍ୱ କ୍ରିକେଟ୍ର ସର୍ବୋଚ୍ଚ ସଂସ୍ଥା ଆଇସିସିର ନୂଆ ଅଧ୍ୟକ୍ଷ ମିଳିଯାଇଛି । ନ୍ୟୁଜିଲାଣ୍ଡ କ୍ରିକେଟ୍ର ପ୍ରମୁଖ୍ୟ ଗ୍ରେଗ୍ ଓ୍ୱାର୍କେଲଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦର ନୂଆ ମୁଖିଆ ଭାବେ ଚୟନ କରାଯାଇଛି । ଭାରତର ଶଶାଙ୍କ ମନୋହରଙ୍କ ସ୍ଥାନ ନେବେ । ଜୁଲାଇ ମାସରେ ଶଶାଙ୍କ ୨ବର୍ଷର କାର୍ଯ୍ୟକାଳ ସରିଯାଇଛି । ସେବେଠାରୁ ପଦ ଖାଲିରହିଥିଲା । ଆଇସିସି କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ପଦ ୬ମାସ ପରେ ପୂରଣ ହୋଇଛି । ନ୍ୟୁଜିଲାଣ୍ଡର ଗ୍ରେଗ୍ ଓ୍ୱାର୍କେଲଙ୍କୁ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଗ୍ରେଗ୍ ଓ୍ୱାର୍କେଲ ୨୦୧୨ରେ ନ୍ୟୁଜିଲାଣ୍ଡ କ୍ରିକେଟ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳୁଥିଲେ । ଗ୍ରେଗ୍ ଓ୍ୱାର୍କେଲ ଏବେ ଆଇସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଇମ୍ରାନ ଖ୍ୱାଜାଙ୍କୁ ପରାସ୍ତ କରି ଚୟନ ହୋଇଛନ୍ତି । ଶଶାଙ୍କ ମନୋହର ଇସ୍ତଫା ଦେବା ପରେ ଇମ୍ରାନ୍ ଖ୍ୱାଜାଙ୍କୁ ଆଇସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା!! ଗ୍ରେଗ୍ ଓ୍ୱାର୍କେଲ ଆଇସିସିରେ ବର୍ତ୍ତମାନ ନ୍ୟୁଜିଲାଣ୍ଡ କ୍ରିକେଟର ପ୍ରତିନିଧିତ୍ୱ କରୁଥିଲେ । ଏବେ ସେ ନିଜ ପଦରୁ ଇସ୍ତଫା ଦେବେ । ଗ୍ରେଗ୍ ଓ୍ୱାର୍କେଲ କ୍ରିକେଟର ଜଣେ କୁଶଳୀ ପ୍ରଶାସକ ଭାବେ ଜଣାଶୁଣା, ସେ ଅଷ୍ଟ୍ରେଲଆ-ନ୍ୟୁଜିଲାଣ୍ଡରେ ହୋଇଥିବା ୨୦୧୫ ଦିନିକିଆ ବିଶ୍ୱକପ୍ ଆୟୋଜନର ନିର୍ଦ୍ଦେଶକ ରହିଥିଲେ । ଏହା ବ୍ୟତୀତ ଗ୍ରେଗ୍ ଓ୍ୱାର୍କେଲ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡର ଅନେକ କମ୍ପାନୀରେ ନିର୍ଦ୍ଦେଶକ ଭାବେ ନିଜ କାର୍ଯ୍ୟ କରିବାର ଅନୁଭୁବ ରହିଛି ।*