-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
23-Jul-2022
ବରଗଡ଼ ଜିଲ୍ଲା ପଦ୍ମପୁର ସହର ସ୍ଥିତ ରାଜାଜୀ ଟାଉନ ହଲ ଠାରେ ବୋଡାସମ୍ବର ମହୁରୀ ଉତ୍ସବ ଆୟୋଜିତ ହେବାକୁ ଯାଉଛି। ଧୀରେ ଧୀରେ ଗଣ୍ଡା ବାଜା ଲୁକ୍କାୟିତ ହୋଇଯାଉଥିବା ବେଳେ ଏହି ପାରମ୍ପରିକ ଗଣ୍ଡାବଜା କୁ ବଞ୍ଚାଇବା ଲକ୍ଷ୍ୟ ରେ ଏହି ଉଦ୍ୟମ କରାଯାଉଛି। ସମସ୍ତ ମାଙ୍ଗଳିକ କାର୍ଯ୍ୟକ୍ରମ ରେ ଏହି ବାଜାର ଆବଶ୍ୟକତା ଥିବାବେଳେ ଏବେ ତାହା ଧିରେଧିରେ ହ୍ରାସ ପାଇବାରେ ଲାଗିଛି। ରାଜାରାଜୁଡ଼ା ସମୟରୁ ପ୍ରଚଳିତ ଗଣ୍ଡାବଜା କୁ ବୀରବାଦ୍ୟ ବୋଲି ବିବେଚନା କରାଯାଇଛି । ଏହି ଗଣ୍ଡାବଜାର ଐତିହ୍ୟ କୁ ପ୍ରଦର୍ଶନ କରି ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିବା ସାଙ୍ଗକୁ ପୁରସ୍କୃତ ମଧ୍ୟ ହୋଇଛି । ପାଞ୍ଚଗୋଟି ବାଦ୍ୟ ମଧ୍ୟରୁ ମହୁରୀ ହେଉଛି ମୁଖ୍ୟ। କିନ୍ତୁ ମହୁରୀଆଙ୍କ ବ୍ୟକ୍ତି ବିଶେଷ ଧିରେଧିରେ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏହି ମହାନ ମହୁରୀ କଳାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି ବୋଲି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ପଶ୍ଚିମ ଓଡ଼ିଶାର ଲୋକବାଦ୍ୟ “ଗଣ୍ଡାବଜା” ର ଗବେଷକ ଶ୍ରୀମାନ ରମେଶ ଗୁର୍ଲା ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି।
ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ପ୍ରତିନିଧି ନରହରି ବଗର୍ତ୍ତୀ ଙ୍କ ରିପୋର୍ଟ