-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
22-Jul-2022
ସମ୍ବଲପୁର/ଚିପିଲିମା(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ଭାରତର ରାଷ୍ଟ୍ରପତି ନିର୍ବାଚନ ଦୌଡରେ ପ୍ରଥମ ଥର ପାଇଁ ଓଡିଶାରୁ ଆଦିବାସୀ ମହିଳା ଦ୍ରୋପଦୀ ମୁର୍ମୁ ରହିବା ଏବଂ ବିଜୟୀ ହୋଇ ରାଷ୍ଟ୍ରପତି ହୋଇଛନ୍ତି I ଯାହାକି ଓଡିଶା ପାଇଁ ଗର୍ବର ବିଷୟ ହୋଇଛି I ଫଳରେ ଓଡିଶାରେ ସବୁଠି ଖୁସିର ଲହରୀ ଖେଳିଯାଇଛି I ଏହି ମର୍ମରେ ସମ୍ବଲପୁର ଜ଼ିଲ୍ଲା ଧନକଉଡା ବ୍ଲକ କଳାମାଟି ସରପଞ୍ଚ ତଥା ସମାଜସେବିକା ଡ.ସୁଷମା ସାହୁ ତାଙ୍କ ପଞ୍ଚାୟତ ଅଞ୍ଚଳରେ ମିଠା ବଣ୍ଟନ କରି ଖୁସି ମନାଇଥିବା ଦେଖିବାକୁ ମିଳିଛି I ଏଥିରେ କଳାମାଟି ସମିତିସଭ୍ୟା ରୀନା ତରିଆ ସମେତ ଓ୍ବାର୍ଡ ମେମ୍ବର ପ୍ରମୁଖ ସାମିଲ ଥିଲେ I