-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
17-Jul-2022
ବଲାଙ୍ଗିର(ପ୍ରେରଣା ଖବର)-ଆବାହକ ଦ୍ୱିଜ ଦଳପତି, ଯଥା ବିଶ୍ୱାଲ ଓ ରାହସ ବିହାରୀ ଭୋଇଙ୍କ ଆବାହକତ୍ୱରେ ଜିଲ୍ଲା ଆଦିବାସୀ ବରିଷ୍ଠ ସଚେତନ ନାଗରିକ ମଂଚ ବଲାଙ୍ଗିର ର ଏକ ଜରୁରୀ ବୈଠକ ଚିନ୍ତାମଣି ଭୋଇ ସଭାପତି କେନ୍ଦ୍ରୀୟ କନ୍ଧ ସମାଜ ଅଧ୍ୟକ୍ଷତାରେ ଇଚ୍ଛାପଡା ସ୍ଥିତ ଶବରୀ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ଆଦିବାସୀମାନଙ୍କ ସଂସ୍କୃତି, ପରମ୍ପରା କିପରି ଏକତା ରକ୍ଷା କରାଯାଇପାରିବ ତାହା ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଆଦିବାସୀମାନଙ୍କର ସଂସ୍କୃତି, ପରମ୍ପରା ର ସୁରକ୍ଷା ସହିତ ଆଦିବାସୀଙ୍କ ସମ୍ବିଧାନିକ ଅଧିକାର ହାସଲ ଏକଜୁଟ ହୋଇ ସଂଘର୍ଷ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ବ୍ଲକ ସ୍ତରୀୟ,
ପଂଚାୟତ ସ୍ତରୀୟ ଓ ଗ୍ରାମ ସ୍ତରୀୟ କମିଟିମାନ ଗଠନ କରି ଆସନ୍ତା ୩୧.୦୭.୨୨ ଦିନ ବଲାଙ୍ଗିର ଠାରେ ପରବର୍ତ୍ତି ବୈଠକ ବସିବାକୁ ସ୍ଥିର କରାଗଲା । ସମ୍ମାନିତ ଅତିଥି ରୂପେ ପ୍ରେମାନନ୍ଦ ଭୋଇ, ଆଦିବାସୀ ବିକାଶ ସମନ୍ୱୟ ସମିତିର ସଂପାଦକ ଦମୟନ୍ତି କୁମୁରା, ଆଦିବାସୀ ଅଧିକାର ମଂଚ ସଭାପତି ଦ୍ୱିଜ ଦଲପତି, ସୁଲିଆ ମଂଚ ଆବାହକ ମୟ ପ୍ରଧାନୀ, ବିଶ୍ୱାବସୁ ଶବର ସଂଘ ସଂପାଦକ ଯଥା ବିଶ୍ୱାଲ, ରାହାସ ବିହାରୀ ଭୋଇ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଘ୍ନରାଜ ଧରୁଆ, ମକରଧ୍ୱଜ ଧରୁଆ, ଶିବ ଜାନି, ଧନେଶ୍ୱର ମାଝି, ଖୁସିରାମ ଜାନି, ହରିଶ୍ଚନ୍ଦ୍ର ଭୋଇ, ପ୍ରହଲ୍ଲାଦ ମାଝି, ଦୁର୍ଯ୍ୟନ ମାଝି, ଦଳ ମାଝି, ସେବକ ମଲ୍ଲିକ, ବାହନ କୁଅଁର, ଅରୁଣ କୁମାର ସିଂହଙ୍କ ସହିତ ଅନ୍ୟାନ୍ୟ ବ୍ଲକରୁ ଯୋଗଦାନ କରିଥିଲେ ।