-+91-9937148622 |
prerana_bgr@rediffmail.com |
Friday 8th May 2026 |
R.N.I. Regd No. ODIODI/2010/46693
Breaking News
12-Jul-2022
ବଲାଙ୍ଗିର, ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ବଲାଙ୍ଗିର ରେଳପଥ ର ନିର୍ମାଣ କାମ ଏବେ ଖୋର୍ଦ୍ଧା ପଟୁ ଠିକ ଠାକ୍ ଚାଲୁଥିବା ବେଳେ ବଲାଙ୍ଗିର ପାଶ୍ୱର୍ରୁ ଧିମାଇ ଯାଇଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ନିକଟରେ ପୂର୍ବତଟ ରେଳବାଇ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ), ମୁଖ୍ୟଯନ୍ତ୍ରୀ (ନିର୍ମାଣ) ଖୋର୍ଦ୍ଧା ବଲାଙ୍ଗିର ରେଳପଥ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇ ଯାଇଛନ୍ତି । ଏ ଦୃଷ୍ଟିରୁ ଆଗାମୀ ଜାନୁୟାରୀ ୨୬ ରେ ବଲାଙ୍ଗିର- ସୋନପୁର ରେଳ ଚଳାଚଳର ଶୁଭାରମ୍ଭ କରିବା ପାଇଁ ମଂଚ ଆଶା ପ୍ରକାଶ କରିଛି । ସେହି ପରି କଣ୍ଟାବାଞ୍ଜି - ନବରଂଗପୁର ରେଳପଥ କାମ ହାତକୁ ନେବା ଓ ବଲାଙ୍ଗିର ନୂଆଁପଡା ରେଳପଥ ପାଇଁ ସର୍ଭେ କାମ ଶିଘ୍ର ସମାପ୍ତ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ବଲାଙ୍ଗିର ସହର ଦ୍ରୁତ ଗତିରେ ଚର୍ତୁପାଶ୍ୱର୍ରେ ସପ୍ରସାରଣ ହେଉଥିବାରୁ ସହର ମଧ୍ୟରେ ଗମନା ଗମନ ପାଇଁ ଟାଉନ ବସ ର ବ୍ୟବସ୍ଥା କଲେ ଜନସାଧାରଣ ଉପକୃତ ହୁଅନ୍ତେ ବୋଲି ମତ ପ୍ରକାଶ ପାଇଥିଲା । ଉପ-ସଭାପତି ପ୍ରଶନ୍ନ କୁମାର ମିଶ୍ର, ସଂପାଦକ ଗୋବିନ୍ଦ ମିଶ୍ର, ଯୁଗ୍ମ ସଂପାଦକ ଛବିଲାଲ ବେହେରା, କୋଷାଧ୍ୟକ୍ଷ ଦିବାକର ହୋତା, ସଭ୍ୟ କୃଷ୍ଣଚନ୍ଦ୍ର ମହାକୁର ଓ ପୁରୁଷୋତ୍ତମ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସଭ୍ୟ ଶ୍ରଦ୍ଧାକର କମ୍ପ ଧନ୍ୟବାଦ ଦେଇଥିଲେ ।