-+91-9937148622 |
prerana_bgr@rediffmail.com |
Friday 8th May 2026 |
R.N.I. Regd No. ODIODI/2010/46693
Breaking News
12-Jul-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୋମବାର ବିଶ୍ୱ ଜନ ସଂଖ୍ୟା ଦିବସ ପାଳନ ହୋଇଯାଇଛି।ଏହି ଅବସର ରେ ଡାକ୍ତର ଖାନା ସଭା ଗୃହ ଠାରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଉପସ୍ଥିତିରେ ବିଶ୍ଵ ଜନ ସଂଖ୍ୟା ଦିବସ ପାଳନ ର ଉଦେଶ୍ୟ ଉପରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା।ଏହା ପରେ ସଚେତନ ରଥ କୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଡାକ୍ତର ଆଶିଷ କୁମାର ଧରୁଆ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିପିଏମ ଅଜିତ ସିଂ କୁମାର,ଜନସ୍ୱାସ୍ତ୍ୟ ଅଧିକାରୀ କିଶୋର ଚନ୍ଦ୍ର ଦାଶ୍,ବିମଳ ସାହୁ,ରୀନା ନାଗ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ,ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ।ସଚେତନ ରଥ ଟି ଚଳିତ ମାସ ୨୪ତାରିଖ ପର୍ଯ୍ୟନ୍ତ ବ୍ଲକ ର ବିଭିନ୍ନ ଗାଁ କୁ ଯାଇ ସଚେତନତା ସୃଷ୍ଟି କରିବ ବୋଲି କିଶୋର ଦାଶ୍ ସୂଚନା ଦେଇଛନ୍ତି।