-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
11-Jul-2022
ସୁବର୍ଣ୍ଣପୁର// ଜ଼ିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟର ଘଟଣା ପ୍ରବାହକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ପୂର୍ବରୁ ସୁନାମ ଅର୍ଜନ କରିଥିବା ସୋନପୁର ମହାବିଦ୍ୟାଳୟ ବର୍ତମାନ ଶନିଦଶାରେ ଉବୁଟୁବୁ ହେଉଥିବା ସ୍ପଷ୍ଟ ପ୍ରମାଣିତ ହୁଏ l ପୂର୍ଵ ରୂ କଲେଜ ଉନ୍ନୟନ ବାବଦରେ ଲକ୍ଷାଧିକ ଟଙ୍କା ହେରଫେର
ହେବାର ଘଟଣାର ଫଳ ଅମୀମାଂଶିତ ଥିବା ବେଳେ ଓ ଜାଲ ଚେକ ମାଧ୍ୟମରେ ୭୦ଲକ୍ଷ ଟଙ୍କା ଉଠାଣ ଉପରେ ପୋଲିସର ଅନୁସନ୍ଧାନ ଜାରି ଥିବା ସମୟରେ ସମ୍ପ୍ରତି ଶିକ୍ଷା ବିଭାଗର ଜନୈକl ଅଧ୍ୟାପିକା ବିଭାଗୀୟ ମୁଖ୍ୟଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଘଟଣା ସମଗ୍ର ଜ଼ିଲ୍ଲାକୁ ହତବାକ କରିଦେଇଛି l ଏହି ପ୍ରକାର ନୈତିକ ଅବକ୍ଷୟକୁ ଦେଖି ଅଭିଭାବକ ଓ ବୁଦ୍ଧିଜୀବୀ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଉଦବେଗ ପ୍ରକାଶ କରିଛନ୍ତି l