-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
27-Jun-2022
ବୌଦ୍ଧ(ଅକୃର ସାହୁ)ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ସମୁଦାୟ ୪୭ ଗୋଟି ଆପତ୍ତି ଅଭିଯୋଗ ଆସିଥିିଲା l ସେଥିମଧ୍ୟରୁ ୪୫ ଗୋଟି ବ୍ୟକ୍ତିଗତ ମାମଲା ହୋଇଥିବା ବେଳେ ୨ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ଆସିଥିଲା । ଅଭିଯୋଗ ଗୁଡିକ ମଧ୍ୟରୁ ୨୦ ଗୋଟି ଅଭିଯୋଗକୁ ତତକାଳ ଫଇସଲା କରାଯାଇଥିବା ବେଳେ ୭ ଗୋଟି ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରାଯାଇ ତୁରନ୍ତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୫,୦୦୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସନତ କୁମାର ନାଏକ, ବିଡ଼ିଓ ସ୍ମିତା ରଥ, ତହସିଲଦାର ଶମ୍ଭୁ ମିଶ୍ର, ଅତିରିକ୍ତ ତହସିଲଦାର ହରିଓ଼ମ ଭୋଇ, ସିଡିପିଓ ନିରୁପମା ପାଣି, ଟିଆରଓ ମହାପାତ୍ର କୁଲଦୀପ ମହାନ୍ତି, ଭିସିପିଓ ରାହୁଲ ପ୍ରଧାନ, ଜିଲ୍ଲା ସାମ୍ବାଦିକ ସୁରକ୍ଷା ଅଧିକାରୀ ସୁଦ୍ଧାଂଶୁ ଶେଖର ପୂଝାରୀ , ପିଡି ୱାଟରସେଡ ପ୍ରଦୀପ୍ତ କୁମାର ମହାନ୍ତି ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ l ଶିବିରକୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅବନୀକାନ୍ତ ସାହୁ, ସରପଞ୍ଚ ଶକୁନ୍ତଳା ବେହେରା ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ପରିଚାଳନା କରି ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ ବିଭାଗର ଶିବା କୁମାର ଦଳବେହେରା, ସୁନୀଲ ବେହେରା ଓ ଦିବ୍ୟ ସିଂହ ମଲ୍ଲିକଙ୍କ ସମେତ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l