-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2022
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) ବଙ୍ଗୋମୁଣ୍ଡା ବ୍ଲକ ଝଳପ ପଞ୍ଚାୟତ ମୁଖ୍ୟାଳୟରେ ମାଳି ସମାଜ ବିକାଶ ପରିଷଦ ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ମାଳି ସମାଜର ଜିଲ୍ଲା ସଭାପତି କାର୍ତ୍ତିକ ପୁଟେଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସଭାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା ମୁଖ୍ଯ ଅତିଥି ଭାବରେ
ଯୋଗ ଦେଇଥିଲେ। ସିନ୍ଧେକେଲା ସମିତିସଭ୍ଯ ଭୋଲାନାଥ ବେହେରା , ଝଳପ ପଞ୍ଚାୟତ ସଭାପତି ସୁଦର୍ଶନ ପୁଟେଲ ,
ସମ୍ପାଦକ ଦିବାକର ପୁଟେଲ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମାଳି ସମାଜର ଏକ ଭବନ ନିର୍ମାଣ ପାଇଁ ସମାଜ ତରଫରୁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା। ସଭା ସଂଯୋଜନା ଗୋବିନ୍ଦ ପୁଟେଲ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ଯରେ କଣ୍ଟାବାଞ୍ଜି ମାଳି ସମାଜର ସମ୍ପାଦକ ପର୍ମାନନ୍ଦ ପୁଟେଲ, ଡିଙ୍ଗର ପୁଟେଲ, ଘାସିରାମ ପୁଟେଲ, ମିଥୁନ ପୁଟେଲ, ଜଗବନ୍ଧୁ ପୁଟେଲ, ସୁଧୀର ପୁଟେଲ, ଶୁଭନାଥ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ।