-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
20-Jun-2022
ଉଲୁଣ୍ଡା,(ଗୌରଚନ୍ଦ୍ର ପରିଛା )ସୁବର୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ସେବାୟତ ସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପୂର୍ଣଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ବିଭିନ୍ନ ଗ୍ରାମର ସେବାୟତ ମାନେ ଯୋଗଦେଇଥିଲେ l ବିଶେଷକରି ରଥଯାତ୍ରାକୁ କିପରି ସଫଳ କରାଯିବ ସେ ଉପରେ ଆଲୋଚନା କରାଯାଇଥିଲା l ଏଥିସହିତ ପାର୍କିଙ୍ଗ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ କମିଟି ଯଥା ବେଶ କମିଟି, ପହଣ୍ଡି କମିଟି, ରଥପ୍ରସ୍ତୁତ କମିଟି, ରଥଟଣା କମିଟି, ସାଂସ୍କୃତିକ କମିଟି ଆଦି ଗଠନ କରିବା ସହ ଛୋଟ ଶିଶୁମାନଙ୍କ ରଥ ଛୁଆଁ କେବଳ ବାହୁଡା଼ ସମୟରେ କରାଯିଵା ନେଇ ନିଷ୍ପତ୍ତି ନିଆଯାଇଥିଲା l ବୈଠକରେ ବରିଷ୍ଠ ସେବାୟତ ଗୋପାଳ ପଣ୍ଡା, ଦେବାର୍ଚ୍ଚନ ଦାସ, ଶ୍ରୀରାମ ପଣ୍ଡା, ଆଦିତ୍ୟ ପୁରୋହିତ,ସୁଧାଂଶୁ ଶେଖର ପୁରୋହିତ, ସରନ ଚାନ୍ଦ, ଚିତ୍ତରଞ୍ଜନ ପାଢ଼ୀ, ଗିରିଜା ଶଙ୍କର ପୁରୋହିତ, କୃଷ୍ଣଚନ୍ଦ୍ର ପଣ୍ଡା, ବଦ୍ରିନାରାୟଣ ଶତପଥୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗଡ଼ତ୍ୟା ଚମରା ଅମାତ, ମହାଦେବ ସାହୁ, ଜାନକୀରାମ ଦେହେରି, ଜଗଦୀଶ କର୍ଣ୍ଣଙ୍କ ସମେତ ବିଭିନ୍ନ ଗ୍ରାମରୁ ସେବାୟତ ମାନେ ଯୋଗଦେଇଥିଲେ l