-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଗ୍ରାମାଞ୍ଚଳରୁ ସହରାଞ୍ଚଳ ଦୁର୍ନୀତିର ଅଧା ଭାଗୀଦାର ଯନ୍ତ୍ରୀମାନେ ! ଠିକାଦାରଙ୍କ ଅଙ୍ଗୁଳିନିର୍ଦ୍ଦେଶ ଅପରପକ୍ଷକୁ

20-Jun-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ) କେବଳ ବଲାଙ୍ଗୀର ଜିଲ୍ଲାରେ ନୁହେଁ , ସର୍ବତ୍ର ସରକାରୀଯୋଜନାରେ ଉନ୍ନୟନକାମରେ ବାଟମାରଣାରେ ଯନ୍ତ୍ରୀମାନଙ୍କର ଅଧାଅଧି ହାତ ରହିଛି । ଗ୍ରାମାଞ୍ଚଳର ପଞ୍ଚାୟତ ବା ବ୍ଲକ୍ ସ୍ତରରେ ଏବଂ ସହରାଞ୍ଚଳରେ ହେଉଥିବା ଯାବତୀୟ ନିର୍ମାଣ , ମରାମତି କାର୍ଯ୍ୟରେ ଏମାନେ ମନଇଚ୍ଛା ଅନିୟମିତତା କରିଆସୁଛନ୍ତି ।  ବିଭାଗୀୟ ଅଧିକାରୀ , ଠିକାଦାର ଓ ରାଜନେତାଙ୍କର ଏଥିରେ ଯଦି ଅଧା ହାତ ରହୁଛି , ବାକି ଅଧକ ଦୁର୍ନୀତି ଏଇମାନଙ୍କ ଦ୍ବାରା ଘଟିଥାଏ । ବିଚରା ଠିକାଦାରଙ୍କ ମୁଣ୍ଡରେ ସବୁ ଅଠା ବୋଳି ଦିଆଯାଏ ।  କିଛିଦିନତଳେ ପାଟଣାଗଡ ଅଞ୍ଚଳରେ ଏହି ପ୍ରତିନିଧି ଭେଟି ଅନୌପଚାରିକ ଆଲୋଚନା କରିଥିବା କେତେକ ଠିକାଦାରଙ୍କର ଏୟା ମତାମତ ।

ସେମାନେ ସ୍ବୀକାର କରିଥିଲେ ଯେ , ଆଜିର ଉତ୍କଟ ବେକାରୀସମସ୍ୟା ଯୋଗୁଁ ବହୁ ଉଚ୍ଚଶିକ୍ଷିତ , ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତଯୁବକମାନଙ୍କର ଏଇ  ଠିକାଦାରୀ ଇ ମୁଖ୍ୟ ଜୀବିକା ପାଲଟିଛି । ହଁ  , ଏଥିପାଇଁ ରାଜନେତାଙ୍କ ପଛରେ ଗୋଡେଇବାକୁ ପଡୁଛି । ଚଢା ସୁଧକଳନ୍ତର ଦେଇ ଟଙ୍କା ଋଣଆଣି ଘରର ଜମିସୁନା ବନ୍ଧକ ପକେଇ  ଆମେ ଠିକା କରୁଛୁଁ ।  ପିସି ଦେଉଛୁ ଓ  ନେତା , ବଡ ଠିକାଦାର, ଅଧିକାରୀ , କର୍ମଚାରୀ , ଏଇ , ଜେଇ ସମସ୍ତଙ୍କୁ  ଭାଗ ଦେଇଆସୁଛୁଁ ।  ଏଥିରେ ଯଦି କୋଉଠି କୋଉ ପୋଲ ଭୁଷୁଡିଲା କି କାହାକୁ କିଏ ବିଲ୍ ନପାଇ ହ୍ଇରାଣ ହେବାରୁ ଅନିଚ୍ଛାକୃତ ମର୍ଡର କରିଦେଲା  ; ସମସ୍ତଠିକାଦାରକୂଳ ବଦନାମ ମୁଣ୍ଡାଉଛନ୍ତି । ଏଥରୁ ସେମାନଙ୍କ ଇଶାରା କେଉଁ କେଉଁ ଘଟଣା ଆଡକୁ , ସହଜରେ ଅନୁମେୟ ।

ଗତବର୍ଷର ମୁଦଲସର ବ୍ରିଜ୍ ଭୁଷୁଡିବା ଘଟଣା ହେଉ ବା ଗତମାସର ବ୍ଲକ୍ ଜେଇ ହତ୍ୟାକାଣ୍ଡ ହେଉ , ସବୁଦୋଷ ଠିକାଦାରଙ୍କ ମୁଣ୍ଡରେ ଲଦିଦିଆଯାଇଛି । ହେଲେ ଏହାପଛରେ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ଠାରୁ ସହକାରୀଯନ୍ତ୍ରୀ ଓ କନିଷ୍ଠକନିଷ୍ଠ ଯନ୍ତ୍ରୀମାନଙ୍କର କାରସାଦୀ କେତେ ପରିମାଣରେ ଦାୟୀ , ଏହାର ଅଧିକ ତଦନ୍ତ ହେଉନାହିଁ । 
ଗୋଟିଏ ନଦୀଉପରେ ତିଆରିହେଉଥିବା ନିର୍ମାଣାଧୀନ ସେତୁ ଭୁଷୁଡିବା ଘଟଣାରେ ଠିକାଦାରଙ୍କୁ କଳାତାଲିକାଭୁକ୍ତ କରାଗଲା , ଜଣେ ଅଧେ ବର୍ତ୍ତମାନର ଯନ୍ତ୍ରୀଙ୍କୁ ନିଲମ୍ବନ କରିଦିଆଗଲା ବା  ବିଭାଗୀୟ କୈଫିୟତ୍ ଓ କାର୍ଯ୍ୟାନୁଷ୍ଠାନ ଚାଲିଲା । ହେଲେ ଏଇ ଠିକାଟି ମିଳିବାକୁ ଓ ମିଳିଲାରୁ ମନ୍ତ୍ରୀ ବିଧାୟକ ରାଜନେତା କେତେ ଲୁଟିନେଲେ , ଏକଥା ହିସାବର ବାହାରେ ରହିଗଲା ।  ନିର୍ମାଣ ଅବଧି ମଧ୍ୟରେ କେତେ ଯନ୍ତ୍ରୀ ବଦଳିଗଲେ ଓ ନୂଆଯନ୍ତ୍ରୀ ଆସିଲେ , ତା'ର ଗଣନା କେହି କଲେ ନାହିଁ । ତେଣୁ କାମ ନିମ୍ନମାନର ହେବ ହିଁ ହେବ । ଭୁଷୁଡିବାରୁ କଥା ଉଠିଲା । ସେତେବେଳକୁ ଶାଗୁଣାମାନେ ଶବଦେହରୁ ମାଂସ ଖାଇ ଫୁର୍ ର୍  !

ସେହିପରି ପଞ୍ଚାୟତରୁ ବ୍ଲକ୍ ପର୍ଯ୍ୟନ୍ତ ଆସିଷ୍ଟାଣ୍ଡ୍ ନିର୍ବାହୀ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀମାନେ ସେମାନଙ୍କ ଫିକ୍ସଡ୍ ପିସି ଛାଡନ୍ତି ନାଇଁ । ତହିଁରେ କେତେଅଂଶ ବିଲ୍ କରିବେ ଓ କେତେଦିନରେ କରିବେ , ତାହା ତାଙ୍କ ମର୍ଜିରେ । ଉପରେ ବିଡିଓ , ପିଡି , ଜିଲ୍ଲାପାଳ ଅଛନ୍ତି ।  ଖରାତରାଶୀତକାକର ବର୍ଷାରେ ଧାଇଁ ଧାଇଁ ଠିକାଦାର ମଲା  !  ଅନୁସନ୍ଧାନରୁ ଜଣାପଡିଛି ଯେ , ବ୍ଲକ୍ ରେ ହତ୍ୟା ଅଭିଯୋଗ ହେଉଥିବା ଜେଇ ଜଣଙ୍କର ପାଖରେ ୩୦ରୁ ଅଧିକ ବିଲ୍ ପେଣ୍ଡିଂ ପଡିଥିଲା ।  କ୍ଷମତାଶାଳୀ ନେତାଙ୍କ ତାଗିଦ୍ ଓ ବିଡିଓଙ୍କ ଦରମାବନ୍ଦ ପରେ ବି ଉକ୍ତ ତଥାକଥିତ ସଚ୍ଚୋଟ ଜେଇ ଜଣକ କୁଆଡେ କମ୍ପୁଟରରେ କାମ କରି ଜାଣି ନଥିବାରୁ ବିଲ୍ କରୁ ନଥିଲେ ।  ସେ କୁଆଡେ ଏତେ ସଚ୍ଚୋଟ ଥିଲେ ଯେ ବାଇକ୍ ଟିଏ କିଣି ନପାରି ପୁରୁଣା ମୋପଡ୍ ଟିଏ ଚଢୁଥିଲେ । ଏ ସମ୍ପର୍କରେ ସେଇ ବ୍ଲକ୍ ର ଅନ୍ୟଜଣେ ସହକର୍ମୀ ଜେଇ କହିଲେ ଯେ , ସେ ଆଦୌ ସଚ୍ଚୋଟ ବା ପିସି ନେଉ ନଥିବା ଜେଇ ନଥିଲେ ।  ଏବେ ସରିଥିବା ତାଙ୍କ ଗାଁ'ରେ ସେ ଏତେବଡ କୋଠାଟିଏ ତିଆରି କରିଛନ୍ତି ଯେ , ଆମ ବାପକାଳେ ଆମେ ସେଭଳି ଘରଖଣ୍ଡେ କରିପାରିବୁ ନାହିଁ  !  
ଦ୍ବିତୀୟତଃ ତାଙ୍କ ମୃତ୍ୟୁପରେ ତାଙ୍କ ଭଡାଘରୁ ପୁଲିସ୍ ପଚାଶହଜାରରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ କରିଛି । ସେ ମଧ୍ୟ ଠିକାଦାରଙ୍କୁ ୨ ଲକ୍ଷ ୨୦ ହଜାର ଟଙ୍କା ହାତ ଉଧାରୀ ଦେଇଥିବା ପ୍ରକାଶ । ଆହୁରି କିଛି କେତେ ହାତୀର ଭିତର ଖାଇବାଦାନ୍ତ ଥାଇପାରେ ।  ସେ ମାସ ମାସ ଧରି ବିଲ୍ ନକରି ପକେଇ ରଖୁଥିବାରୁ ମୃତ୍ୟୁ ପୂର୍ବଦିନ ତାଙ୍କ ବସାଘରକୁ ଆସି କିଛି ଠିକାଦାର ପାଟିତୁଣ୍ଡ କରିଥିବା କୁହାଯାଉଛି । ତେଣୁ ନିରପେକ୍ଷ ଭାବରେ କୁହାଗଲେ , କିଏ କେତେ ପରିମାଣରେ ଅଘଟଣ ପାଇଁ ଦାୟୀ , ତର୍ଜମାସାପେକ୍ଷ । ହୁଏତ ଜମିବାଡି ଘରର ସୁନାଫୁନା ବନ୍ଧାଛନ୍ଦା ପକେଇ , ବହିଦାର ,ଭାଟ୍ କି ମେହରମହାଜନ ପାଖରୁ ଚଢାସୁଧରେ ଟଙ୍କା ଆଣି ବିଲ୍ ଫିଲ୍ ନକଲାରୁ ଓ  ' ମୋତେ  ମାରିଦେଲେ ବି କି  ନେଇଥିବା ଉଧାରୀଟଙ୍କା ନ ଫେରେଇଲେ ନାଇଁ , ଫଲସ ବିଲ୍ କରିବିନାଇଁ ' ବୋଲି ଜିଦ୍ ଧରିଥିବା ଏଭଳି ଏର୍ ଙ୍ଗିଆ ଜେଇକୁ ଅଞ୍ଚଳର ଜଣେ ତୁଙ୍ଗନେତା କହିବାନୁଯାୟୀ , କେହି ପ୍ରଚଣ୍ଡ ବିରକ୍ତ ହୋଇଯାଇ ମୁଥଟିଏ ମାରିଦେବାରୁ ଉକ୍ତ ' ଅନିଚ୍ଛାକୃତ ମର୍ଡର ' ହେଇଥିବା ଅସମ୍ଭବ ବି ନୁହେଁ  ?

ଏବେ ଏହି ପାଟଣାଗଡ ବ୍ଲକ୍ ସମେତ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଲପଡା ଓ ଖପ୍ରାଖୋଲ ବ୍ଲକ୍ ରେ ଧଡାଧଡ୍ ବିଲ୍ ପତର ଚାଲିଛି । କୋକୁଆଭୟ ଯୋଗୁଁ ଜେଇମାନେ ଅନ୍ୟତ୍ର ବଦଳିହେଇ ପଳେଇବାକୁ ଲାଗିପଡିଲେଣି । ଗାଁ' ଟାଉଟରେ , କୁଜି ଠିକାଦାରମାନେ '  ଓ  ତ୍ରିପାଠୀ ବାବୁ , ମହାକୁର କାଏଁ ଯେ ତମକୁ ନୁରୁଥିଲା ' ବୋଲି ପରୋକ୍ଷରେ ମୃଦୁ ଧମକ  ଏବଂ  ପୂର୍ବନୋମିନୀବାବୁ ଏ ଡବଲ ଆଇଙ୍କୁ ' ସେ ହିଁ ମାରିଛି , ଆମେ ପାର୍ଟିଲୁକ ବୋଲି ଢାପୁଛୁଁ ' ବୋଲି ଡରାଇ କାମ ହାସଲ କରୁଛନ୍ତି  !

ଅନ୍ୟ ସହକର୍ମୀ ଜେଇ ସେଠୀବାବୁ , ଆରଡିର ପ୍ରେସିଡେଣ୍ଟ୍ ଦୋରା କି  ଲୋଅର ସୁକତେଲର ସେକ୍ରେଟେରୀ ତୁଣ୍ଡି ବାନ୍ଧି ଚୁପ୍ ।  କାଳେ ତାଙ୍କ ପୋଲପଟ୍ଟି ସାମ୍ବାଦିକମିନେ ଜାଣିପକେଇବେ ବୋଲି !  ଏ ଜିଲ୍ଲାର ଜେଇ ଏଇ ଯନ୍ତ୍ରୀମାନେ ପୁରା ଧୁରନ୍ଧର ! ବେଲପଡାର ଜଣେ ଜେଇ କୁଆଡେ ୩୭ଟି ଗାଡି ରଖିଛନ୍ତି   ଗାଈଗୋଠ ପରାୟେ  ! ତେଣୁ ଗୋଟାଏ ଗଲେ ଯାଉ , କିଏ ପଚାରେ ହୋ  !  ଆଉ ତ ଆଉ , ମଲାଜେଇଙ୍କ ଘରଲୋକେ ବି ତୁଣ୍ଡରେ ତାଲାମାରି ଚୁପ୍  ! ଧନ୍ୟ ସେ ସଂଗକୁ । ସବୁ ଚୋର ବିରିଆଟରେ ଠୁଳ ବୋଲି ଲୋକେ କହୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like