-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||     

HOME   ରାଜ୍ୟ

ନନ୍ଦନକାନନ ପାଇଁ ଜାରି ହେଲା ଗାଇଡଲାଇନ୍: ଦିନକୁ ୨୫୫୦ ପର୍ଯ୍ୟଟକଙ୍କୁ ମିଳିବ ଟିକେଟ୍, ବୟସ୍କ ଓ ଶିଶୁଙ୍କୁ ନାହିଁ ଅନୁମତି

01-Oct-2020



ଭୁବନେଶ୍ୱର,୦୧/୧୦ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସନ୍ତା ଅକ୍ଟୋବର ୪ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ । କରୋନା ବ୍ୟାଧି ସଂକ୍ରମଣ ପ୍ରତିଷେଧକ ସ୍ୱରୂପ ରାଜ୍ୟ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ଏଥି ପାଇଁ ଜାରି କରିଛନ୍ତି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ । ମୁଖ୍ୟତଃ ପରିଦର୍ଶନ ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟାକୁ ସଙ୍କୁଚିତ କରି ଦିଆଯାଇଛି । ଦୈନିକ ସର୍ବାଧିକ ୨୫୫୦ ପର୍ଯ୍ୟଟକଙ୍କୁ ଟିକଟ ବିକ୍ରି କରାଯିବ । ମୁଖ୍ୟ ଚିଡ଼ିଆଖାନାକୁ ଦୈନିକ ୧୫୦୦ ଲୋକଙ୍କୁ ଛଡ଼ାଯିବ । ବାକି କ୍ଷୁଦ୍ର ଚିଡ଼ିଆଖାନାକୁ ୭୫୦ ଓ ହରିଣ ପାର୍କକୁ ଦୈନିକ ୩୦୦ ଲୋକ ପରିଦର୍ଶନ କରିପାରିବେ ।

ସୂଚୀତ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ ନିମନ୍ତେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ପର୍ଯ୍ୟଟକ, କର୍ମଚାରୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ସବୁ ରକମର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ପ୍ରାଣୀ ଉଦ୍ୟାନ ପରିଦର୍ଶନ ଦିଗରେ ଇଚ୍ଛୁକ ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ କରିବାକୁ ପ୍ରାଥମିକତା ଦିଆଯାଇଛି । ବାକି ଟିକେଟ୍‌ ଘର ନିକଟରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଚିଡ଼ିଆଖାନାର ସ୍ଥାନେ ସ୍ଥାନେ କ’ଣ କରିବ ଓ ନକରିବ ତାହାର ଫଳକ ଲଗାଯିବ । ଟିକେଟ ଘର, ପ୍ରବେଶ ପଥ, ଶୌଚାଳୟ ଓ ବାରଣ୍ଡା ଆଦି ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ଲାଗି ଚିହ୍ନ ଦିଆଯିବ । ପ୍ରାଣୀ ଉଦ୍ୟାନକୁ ପ୍ରବେଶ କରୁଥିବା ଠିକାଦାର, କର୍ମଚାରୀ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ମାନି କାର୍ଯ୍ୟପନ୍ଥା ଗ୍ରହଣ କରିବେ । ରେଲିଂ, ବାଡ଼ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାରଯୋଗ୍ୟ ସ୍ଥାନ ଗୁଡ଼ିକ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରାଯିବ । ପର୍ଯ୍ୟଟକଙ୍କ ଉପଯୋଗ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ସାନିଟାଇଜର ରଖାଯିବ ।*

ମାସ୍କ ନ ପିନ୍ଧିଥିବା ପର୍ଯ୍ୟଟକଙ୍କୁ ଭିତରକୁ ଛାଡ଼ିବା ବାରଣ କରାଯାଇଛି । ୭ ବର୍ଷ ଶିଶୁ ଠାରୁ ଆରମ୍ଭ କରି ସମସ୍ତେ ନାକ ଓ ପାଟି ମାସ୍କରେ ଘୋଡ଼ାଇ ଭିତରେ ପ୍ରବେଶ କରିବେ । ସେହିଭଳି ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ପର୍ଯ୍ୟଟକଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି । ପ୍ରବେଶ ପଥରେ ସ୍କ୍ରିନିଂ କରି ଲୋକଙ୍କୁ ଭିତରକୁ ଛାଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି । ବରିଷ୍ଠ ନାଗରିକ ଓ ନବଜାତଙ୍କୁ ପରିଦର୍ଶନ ପାଇଁ ନ ଆଣିବାକୁ ପରାମର୍ଶ ଦିଆଯାଇଛି । ପ୍ରବେଶ ପଥ ନିକଟରେ ସ୍ୱତନ୍ତ୍ର ଭାବେ ନିର୍ମିତ ଔଷଧୀୟ ମ୍ୟାଟ ଉପରେ ଚାଲି ପର୍ଯ୍ୟଟକଗଣ ଭିତରକୁ ଯିବେ । ସେଠାରେ ସମ୍ପୂର୍ଣ୍ଣ ଶରୀର ସାନିଟାଇଜ କରିବା ବ୍ୟବସ୍ଥା କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ୟାନ ଭିତରେ ଛେପ ପକାଇବା, ପାନ ଗୁଟୁଖା ଖାଇବା, ଧୂମପାନକୁ ବାରଣ କରାଯାଇଛି ।*

*ପର୍ଯ୍ୟଟକ ଓ ଚିଡ଼ିଆଖାନା କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ରହିବା ଆବଶ୍ୟକ । କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଚିଡ଼ିଆଖାନା ଭିତରେ ଥିବା ରେଷ୍ଟ୍ରୁରାଣ୍ଟରେ ସାମାଜିକ ଦୂରତା ରଖି ସହିତ ଖାଦ୍ୟଯୋଗାଣ ହେବ । ଖାଦ୍ୟଯୋଗାଣରେ କୌଣସି ବାସନକୁସନ ବ୍ୟବହାର ହେବନି । ବିଶ୍ରାମ ପାଇଁ ଉଦ୍ଦିଷ୍ଟ ବେଞ୍ଚର ମଝି ସିଟ୍‌ରେ ଛକି ଚିହ୍ନ ପଡ଼ିବ ଅର୍ଥାତ୍‌ ବେଞ୍ଚରେ ୨ଜଣରୁ ଅଧିକ ବସିବେ ନାହିଁ । ପରିଦର୍ଶକମାନେ ସାଙ୍ଗରେ ପିଇବା ପାଣି ଆଣିପାରିବେ । କିନ୍ତୁ କୌଣସି ଖାଦ୍ୟ ପଦାର୍ଥ ନଆଣିବାକୁ ପରାମର୍ଶ ଦିଆଯାଇଛି । କକ୍ଷ ଭିତରେ ଥିବା ପରିଦର୍ଶନ ସ୍ଥାନ ଭାବେ ଆକ୍ୱାରିୟମ, ଲାଇବ୍ରେରୀ, ଅନ୍ଧାରରେ ରହୁଥିବା ଜୀବଙ୍କ ଘର, ବାରଣ୍ଡା ଭିତରେ ଲୋକଙ୍କ ସଂଖ୍ୟା ନିୟନ୍ତ୍ରଣ କରାଯିବ । ସର୍ବୋପରି ପ୍ରାଣୀ ଉଦ୍ୟାନ ପରିସରରେ ବଣଭୋଜି ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଏହି ଗାଇଡ଼୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ଏହି ଗାଇଡ଼ଲାଇନ୍‌ ରାଜ୍ୟରେ ଥିବା ସମସ୍ତ ହରିଣ ପାର୍କରେ ମଧ୍ୟ ଲାଗୁ ହେବ ।*

 

 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026

You Might Also Like