-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
13-Jun-2022
କଣ୍ଟାବାଞ୍ଜି (ଆନନ୍ଦ ମୋଟେ) କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ଗୋହିରା ପଦର ଠାରେ ବ୍ଲକସ୍ତରୀୟ ବୁଣାକାର ସଂଘର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଯୋଗ ଦେଇ ବୁଣାକାର ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ l ସମ୍ମାନିତ ଅତିଥି ଭାବରେ କଣ୍ଟାବାଞ୍ଜି ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ବିଜେଡି କୃଷକ ସେଲ ସଭାପତି ଅଜୟ ଦାସ, ବଙ୍ଗୋମୁଣ୍ଡା
ବ୍ଲକ କାର୍ଯ୍ୟକାରୀ ସଭାପତି ଡମ୍ବରୁଧର ମେହେର, ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ମେହେର, ବସନ୍ତ ମେହେର, ହରି ମେହେର ପ୍ରମୁଖ ଉପସ୍ଥିତ ଥିଲେ l ବ୍ଲକ ବୁଣାକାର ସଂଘ ସଭାପତି ଘାସିରାମ ମେହେରଙ୍କ ଆବାହକତ୍ବରେ ଅନୁଷ୍ଠିତ ସଭାରେ ଆଇନଜୀବୀ ଜଗଦୀଶ ସୁନା ସଭାପତିତ୍ଵ କରିଥିଲେ l ଶିକ୍ଷକ ନାରାୟଣ ମିଶ୍ର ସଭା ପରିଚାଳନା କରିଥିବା ବେଳେ ସୁମିତ୍ ବଂଶଲ ଧନ୍ୟବାଦ ଅର୍ପଣ କରିଥିଲେ l