-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||     

HOME   ଜିଲ୍ଲା

୫ - ଟି ବିଦ୍ୟାଳୟ ରୂପାନ୍ତରକରଣ : ନାମ୍ ବଡା , ଦର୍ଶନ ଥୋଡା, କାମ୍ ଆ ବ୍ ଡା ଖା ବ୍ ଡା !

12-Jun-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ)  ବଲାଙ୍ଗୀର ଜିଲ୍ଲାର  ୫- ଟି ଯୋଜନାରେ ୧୦୦ଟି  ହାଇସ୍କୁଲ ଗୁଡିକର ରୂପାନ୍ତରକରଣର ଉଦଘାଟନ ସମାରୋହ ସ୍ଥାନୀୟ ପଥରଚେପା ବଲାଙ୍ଗୀର ସଦରବ୍ଲକ୍ ର ଓଡିଶା ଆଦର୍ଶ ବିଦ୍ୟାଳୟଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଭାସୀ କାର୍ଯ୍ୟକ୍ରମ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଆଜିକାଲି ସରକାରଙ୍କର ଏଭଳି ଅଭିନବ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରି ଏହି ଅଭିନବ ସ୍ବତନ୍ତ୍ର ବିନା ଟେଣ୍ଡରର (ବଲାଙ୍ଗୀର ଜିଲ୍ଲାରେ ହେଉନଥିବା, ପଡୋଶୀ ବରଗଡ ଜିଲ୍ଲାରେ ଟେଣ୍ଡର ହେଉଥିବା ଶୁଣାଯାଇଛି)  କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ଓ ବ୍ୟୟରେ ତରବରିଆଭାବେ କରାଯାଇଆସୁଥିବା ବିଭିନ୍ନ ଅନ୍ୟାନ୍ୟ ପାଣ୍ଠିର ସଂମିଶ୍ରଣରେ ତଥାକଥିତ ' ମୋ' ସ୍କୁଲ୍ ' ଯୋଜନାରେ ବ୍ୟାପକ ନିମ୍ନମାନର କାମ ଓ ରାଜନୈତିକ ଠିକାଦାରତୋଷଣ କରାଯାଇ ଆସୁଥିବା ମାଳ ମାଳ ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଥିଲେ ହେଁ ସଂଖ୍ୟାଗରିଷ୍ଠ ଶାସକଦଳ ବନାମ ସ୍ଥିତିଦୁର୍ବଳ ବିରୋଧୀଦଳମାନଙ୍କର ଫାଇଦା ନେଇ ସମ୍ପୂର୍ଣ୍ଣ ଅମଳାତାନ୍ତ୍ରିକ ନିୟନ୍ତ୍ରଣରେ ରହିଆସିଥିବା ରାଜ୍ୟ ସରକାର ଆଦୌ କର୍ଣ୍ଣପାତ କରୁ ନାହାଁନ୍ତି  !

ତେବେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଘଟଣାବଳୀ ଓ ଲୋକଙ୍କର ଅଭିଯୋଗର ପ୍ରତିଫଳନ ଅନୁଯାୟୀ, ସ୍କୁଲ୍ ଗୁଡିକୁ ରଙ୍ଗବେରଙ୍ଗରେ ଚୂନଧଉଳାଯାଇ ଓ ଚିତ୍ରବିଚିତ୍ର କରି ଉପରଠାଉରିଆ ଚକମକ କରାଯାଉଥିବା ସହ ପୂର୍ବରୁ ଥିବା ମଜବୁତ ପିଲାଙ୍କର ଟେବୁଲ୍, ବେଞ୍ଚ୍ ଆଦି ଫର୍ଣ୍ଣିଚର ସ୍ଥାନରେ ପ୍ରାୟ ପାଞ୍ଚ / ଛ' ମାସରେ ଭାଙ୍ଗିଯିବାର ସମ୍ବାବନା ଥିବା ହା ଲ୍ କା ପ୍ଲାଏଉଡ୍ ଲଗା  ଉପକରଣ, ଡିଜିଟାଲ୍ ଶିକ୍ଷା ନିମନ୍ତେ କମ୍ପ୍ୟୁଟର ଆଦି ଉପକରଣ କିଣାଯାଇ  ବିନା ବିଦ୍ୟୁତ୍ ବା ଇଣ୍ଟରନେଟ୍ ନଥିବା ଅଞ୍ଚଳରେ ଲଗାଇବା ଆଦିରେ ବିପୁଳ ଖର୍ଚ୍ଚ କରାଯାଉଛି । ଯାହାକି ଅଦୂରଦର୍ଶିତାର ଜ୍ବଳନ୍ତ ଉଦାହରଣ । ଏହାକୁ ଚଳାଇବାରେ ଶିକ୍ଷକଙ୍କର ଅନଭିଜ୍ଞତା ମଧ୍ୟ ଏକ ସମସ୍ୟା ହୋଇ ଛିଡାହେବ । ସର୍ବୋପରି ବ୍ଲକ୍ ଅଧିକାରୀ, ଇଞ୍ଜିନିୟର ବା ରାଜନୈତିକ ସୁପାରିଶର ପାରମ୍ପରିକ ପେଟି ଠିକାଦାରଙ୍କ ପିସି କାରବାର ଅବ୍ୟାହତ ରହିଛି । ବଲାଙ୍ଗୀର ସଦରବ୍ଲକ୍ ରେ ଏଭଳି ଅଭିଯୋଗ ଆଜି ପ୍ରକାଶ ପାଇଥିଲାବେଳେ, ପାଟଣାଗଡ ବ୍ଲକ୍ ରେ ଜଣେ ଜେଇ ଏଭଳି ୫- ଟି ସ୍କୁଲ୍ କାମରେ ପିସି ନେଇ ନିମ୍ନମାନର କାମକୁ ବିରୋଧ କରିବାରୁ ତାଙ୍କୁ ଠିକାଦାରମାନେ ହତ୍ୟା କରିଥିବା ପରି ଗୁରୁତର ଅଭିଯୋଗ ମଧ୍ୟ ଉଠିଛି । ନିମ୍ନମାନର ସାମଗ୍ରୀ କିଣାଯାଇଥିବା ଅଭିଯୋଗ ପ୍ରକାଶ ପାଇଛି । ସବୁଠାରୁ ବଡକଥାହେଲା, ସ୍କୁଲ୍ ଗୁଡିକରେ ଆବଶ୍ୟକସଂଖ୍ୟକ ଶିକ୍ଷକ ଅଭାବ ଦୀର୍ଘଦିନ ଧରି ମୁଖ୍ୟ ସମସ୍ୟା ହୋଇ ରହିଛି । ଏହାଛଡା ଏସବୁ ସ୍କୁଲ୍ ରେ ଶିକ୍ଷାର ଗୁଣାତ୍ମକମାନବୃଦ୍ଧି ଏକ ଚିରନ୍ତନ ସମସ୍ୟା । ଏଣୁ ହଠାତ୍ ଏଭଳି ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ଉଚ୍ଚ ଅମଲାତାନ୍ତ୍ରିକ ଉର୍ବର ମସ୍ତିଷ୍କର ଉଦ୍ ଭୂତ  ଯୋଜନା ଓ  ଯୁଦ୍ଧକାଳୀନ ଭିତ୍ତିରେ ଏହାର ଆଧୁନିକୀକରଣର ଉଦ୍ଦେଶ୍ୟର ଅନ୍ୟ କୌଣସି ପ୍ରଚ୍ଛନ୍ନ ରାଜନୈତିକ ଉଦ୍ଦେଶ୍ୟ ଥାଉ ନଥାଉ, ଏତଦ୍ଦ୍ବାରା ଯେ ପ୍ରକୃତରେ ଶିକ୍ଷାର ଉନ୍ନତି ହେବନାହିଁ, ଲୋକେ ଏଭଳି ସମାଲୋଚନା କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026

You Might Also Like