-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||     

HOME   ଜିଲ୍ଲା

ସର୍ବଗିଳା ଅଭିଯାନରେ ମହାମାରେଣିର ଦ୍ବିତୀୟଅଧ୍ୟାୟ

12-Jun-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ) ଡିପିଇପିରୁ ସର୍ବଶିକ୍ଷା ଅଭିଯାନ ଓ ଏବର ସମଗ୍ରଶିକ୍ଷା ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାରେ ଚାଲିଆସିଥିବା ପ୍ରାଥମିକ ଶିକ୍ଷା ପ୍ରକଳ୍ପରେ ଅଦ୍ୟାବଧି ବ୍ୟାପକ ଅନିୟମିତତାର ଉଚିତ୍ ତଦନ୍ତ ହେଉନାହିଁ ।  କ୍ରମାଗତ ଅଭିଯୋଗ ଓ  କୋଟି କୋଟି ଟଙ୍କାର ଜାଲିଆତି ଧରାପଡିଥିବା ମାମଲା ସତ୍ତ୍ବେ ବି ଜିଲ୍ଲାଶିକ୍ଷା ଅଧିକାରୀ , ଜିଲ୍ଲା ପ୍ରଶାସନ , ଗଣଶିକ୍ଷା ବିଭାଗ  ବା ସରକାର ଚେତିଲେ ନାହିଁ ।  ଆହୁରି ମଧ୍ୟ ଦୁର୍ନୀତିର ପୀଠ ପାଲଟିଥିବା ଏହି ପ୍ରକଳ୍ପଟିର କାର୍ଯ୍ୟକଳାପ ଉପରେ ଜିଲ୍ଲାର ସାଂସଦ ଓ ମନ୍ତ୍ରୀ , ବିଧାୟକ ବା ନିର୍ବାଚିତ ଲୋକପ୍ରତିନିଧି କିମ୍ବା ରାଜନେତାମାନଙ୍କର  ସତେ ଯେମିତି କୌଣସି ଦାୟିତ୍ୱ ନାହିଁ  !  କିଛିବର୍ଷତଳେ ପ୍ରାୟ ୧୦ କୋଟିର ଜାଲିଆତି ଅଭିଯୋଗର ଚର୍ଚ୍ଚା ସତ୍ତ୍ୱେ ବି ଦୀର୍ଘବର୍ଷ ହେଲା ଜିଲ୍ଲାର ଗଣମାଧ୍ୟମ  ଚୁପ୍ ପଡିରହିଛି । ସ୍ଥାନୀୟ ଜନସାଧାରଣଙ୍କର କଥା ନ କହିବା ଭଲ ।  ତେଣୁ କିଛିଦିନ ହଇଚଇ ହେଲାପରେ ସେହି ଜେଠୁ- ଡାକ୍ତର ଅସ୍ଥାୟୀ କର୍ମଚାରୀଯୋଡିଙ୍କର କୋଟି କୋଟି ଟଙ୍କାର ବ୍ୟାଙ୍କ୍ ଜାଲିଆତିର ଜେଲ୍ ଯିବା ଘଟଣା ହେଉ ବା ପାଇଖାନାରୁ ଖାଇଯିବା ପ୍ରକାଶିତ ଅଭିଯୋଗ ହେଉ ; ସେସବୁ ଅଡିଟ୍ , ସ୍ବତନ୍ତ୍ର ଅଡିଟ୍ , ବିଭାଗୀୟ ତଦନ୍ତ ବା ଭିଜିଲାନ୍ସମାମଲାର ତଦନ୍ତ କିପରି ଚାଲିଛି ବା କେତେଦୂର ଗଲା ବା ଫଳ କ'ଣ ହେଲା  , କେହି ଖବର ରଖି ନାହାଁନ୍ତି  । ଫଳରେ ସେହି ଚର୍ଚ୍ଚିତ ଦୁର୍ନୀତିକୁ ଲୋକେ ଭୁଲିଗଲେଣି ବା।ରଫାଦଫା କରିଦିଆଯାଇଥିବାର ସନ୍ଦେହ ସୃଷ୍ଟି ହୋଇଛି । ଏତେବଡ ଚାଞ୍ଚଲ୍ୟକର ଆର୍ଥିକ ଅନିୟମିତତାର କୁଖ୍ୟାତ ଅଭିଯୁକ୍ତମାନେ ବେଶ୍ ଆରାମରେ ଏଥିରୁ ବେଆଇନ୍ ଅର୍ଜିତ ପ୍ରାସାଦୋପମ କୋଠାବାଡିରେ ରହି  କୋଟି କୋଟି ଟଙ୍କାର ସମ୍ପତ୍ତିକୁ ବେଧଡକ ଖୋଲାଖୋଲି ସମସ୍ତଙ୍କ ଆଖିସାମ୍ନାରେ ବିଚ୍ ବଜାରରେ ଉପଭୋଗ କରି ଚାଲିଛନ୍ତି । 

କେବଳ ଏହି ଗୋଟିଏ ଘଟଣା ନୁହେଁ , ଏହି ପ୍ରକଳ୍ପରେ ଆରମ୍ଭରୁ ସେମାନଙ୍କ ସମୟରୁ ଅଦ୍ୟାବଧି ଲୋକଙ୍କ ଆଖିରେ ନିଷ୍କଳଙ୍କ ଗୋଟା ତୁଳସୀପତ୍ର ପାଲଟି ଦୀର୍ଘବର୍ଷ ବର୍ଷ ଧରି ଅବସ୍ଥାପିତ ଅସ୍ଥାୟୀ କର୍ମଚାରୀମାନେ ଏହି ଧରପଗଡ ଘଟଣାପରେ ଚୌକନ୍ନା ହେଇପଡି ଅଧିକ ଚତୁର ହୋଇଯାଇଛନ୍ତି । ସେଥିରୁ ଜଣେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ବୋଲି ବିଭିନ୍ନ ସମୟରେ ପ୍ରକାଶ ପାଇଆସିଥିବା ଚର୍ଚ୍ଚା ଓ ଗଣମାଧ୍ୟମରେ ପ୍ରକାଶିତ ଖବର ପରେ ମଧ୍ୟ ତାହାର ତଦନ୍ତ ହୋଇନାହିଁ । ଉକ୍ତ ଅସ୍ଥାୟୀ କର୍ମଚାରୀଜଣକର ବିଭିନ୍ନ ନାଁ'ରେ ଜିଲ୍ଲା , ଭୁବନେଶ୍ବର ଓ ଛତିଶଗଡର ରାୟପୁରରେ କୋଟି କୋଟି ଟଙ୍କାର ସମ୍ପତ୍ତିବାଡି ଥିବା ଜଣାପଡିଛି । ଇତିମଧ୍ୟରେ ସେ ରାଜ୍ୟସ୍ତରୀୟ ସଂଘ ଗଢି ପ୍ରକଳ୍ପର ଏଇଭଳି ଅସ୍ଥାୟୀ କର୍ମଚାରୀଙ୍କୁ ସଂଗଠିତ କରି ସେମାନଙ୍କୁ ସ୍ଥାୟୀକର୍ମଚାରୀ ରୂପେ ଗ୍ରହଣ କରିବାକୁ ସରକାରଙ୍କ ଉପରେ ଚାପ ପକାଇବାର ଅପଚେଷ୍ଟା କଲେଣି । ଫଳରେ ତାଙ୍କ ଉପରେ ହୋଇଥିବା ଭିଜିଲାନ୍ସ ତଦନ୍ତର ନୋଟିସ୍ କୁ ଚପାଇ ଦିଆଯାଇଛି ।

ଏବେ ଜିଲ୍ଲା ପ୍ରାଥମିକ ଶିକ୍ଷା ପ୍ରକଳ୍ପ ଗୁଡିକର ପ୍ରକଳ୍ପ ସଂଯୋଜକ ପଦକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇ ଯୁଗ୍ମଦାୟିତ୍ବରେ ରଖାଯାଇଛି । ସଂପ୍ରତି ବଲାଙ୍ଗୀରରେ ଏହି ପଦବୀରେ ବଲାଙ୍ଗୀରରେ ପୂର୍ବରୁ ଥିବା ଜଣେ ବିବାଦୀୟ ପ୍ରଧାନଶିକ୍ଷକ ପୁଣି ଆସି ଏହି ପଦବୀରେ ଅବସ୍ଥାପିତ ଅଛନ୍ତି । ତାଙ୍କ ସମ୍ପର୍କରେ ମଧ୍ୟ ବିଭିନ୍ନ ଅଭିଯୋଗ ପ୍ରକାଶ ପାଇଲାଣି । ଏହା ସହିତ ଏହି ପ୍ରକଳ୍ପରେ ଇଞ୍ଜିନିୟର , କ୍ୟାସିୟର , ଆକାଉଣ୍ଟାଣ୍ଟ୍ ଓ କିରାଣୀ ବା ଅନ୍ୟାନ୍ୟ କର୍ମଚାରୀମାନଙ୍କର ନିଯୁକ୍ତି , ପୁନଃନିଯୁକ୍ତି , ଅସ୍ଥାୟୀ ନିଯୁକ୍ତି , ବେଆଇନ ନିଯୁକ୍ତି , ଥଇଥାନ  ବା ଆରମ୍ଭରୁ ରହିଥିବା କମିଟିର ପ୍ରସ୍ତାବକ୍ରମେ ଅବସ୍ଥାପିତ କର୍ମଚାରୀଙ୍କର ଚାକିରୀ ଇତ୍ୟାଦିର  ଏକ ସମୀକ୍ଷାର ଆବଶ୍ୟକତା ରହିଛି । କାରଣ ଏବେ ବଲାଙ୍ଗୀର ଜିଲ୍ଲା ପ୍ରକଳ୍ପରେ ଅବସ୍ଥାପିତ ଜଣେ ଅସ୍ଥାୟୀ ଆକାଉଣ୍ଟାଣ୍ଟ୍ , କ୍ୟସିୟର ଓ ଜଣେ ବରିଷ୍ଠ କିରାଣୀଙ୍କ ସହିତ କେଜିବିଭି ଓ ଅନ୍ୟାନ୍ୟ ସଂଯୋଜକଙ୍କ ବିରୁଦ୍ଧରେ ବାରମ୍ବାର ଦୁର୍ନୀତିର ଅଭିଯୋଗ ପ୍ରକାଶ ପାଇ ଆସୁଛି । କିନ୍ତୁ ଓପେପା ପର୍ଯ୍ୟନ୍ତ ଏହାର ଚେର ଲମ୍ବିଥିବାରୁ ସେସବୁ ପ୍ରକାଶିତ ଅଭିଯୋଗଗୁଡିକୁ ଚପାଇ ଦିଆଯାଇ ଆସୁଥିବା ଅଭିଯୋଗ ହେଉଛି । ତେଣୁ କିଛିବର୍ଷ ତଳର ଜେଠୁ- ଡାକ୍ତରଙ୍କ ଅର୍ଥହଡପ ଘଟଣାର ପୁନରାବୃତ୍ତି ହେବା ଆଶଙ୍କାକୁ ଏଡାଇ ଦେଇହେବ ନାହିଁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026

You Might Also Like