-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
12-Jun-2022
ପାଟଣାଗଡ଼ / ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଦମାଇଁପାଲି ପଞ୍ଚାୟତ ଲଛିମାଲ ଗ୍ରାମର ଜଟ ମାଝି ( ବୟସ ୫୫ ) ଦୀର୍ଘ ଦିନ ଧରି ଯକ୍ଷ୍ମାରୋଗ ରେ ପୀଡିତ ହୋଇଥିଲେ । ଗତ ୫ ତାରିଖରେ ତାଙ୍କର ମୃତ୍ୟୁ ହେଲା । ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇ ଦମାଇଁପାଲି ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ତାରାକାନ୍ତୀ ତାଣ୍ଡି ଉକ୍ତ ପରିବାର ଲୋକଙ୍କୁ ଗତକାଲି ଭେଟି ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ମୃତକଙ୍କ ସ୍ତ୍ରୀ ବଉଳ ମାଝି ଙ୍କୁ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ଜଟ ମାଝି ଗରିବ ପରିବାର ହୋଇଥିବା ତଥା ପରିବାରର ଏକମାତ୍ର ରୋଜଗାରକ୍ଷମ ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଥିଲେ । ଲୋକଙ୍କ ପାଇଁ ସବୁବେଳେ ଅହରହ ସୁଖଦୁଃଖ ରେ ଥିବା ସରପଞ୍ଚ ଶ୍ରୀମତୀ ତାରାକାନ୍ତୀ ତାଣ୍ଡୀ ସରକାରୀ ଯୋଜନା ମୁତାବକ ସହାୟତା ହାତ ବଢ଼େଇ ଅନ୍ୟ ସମସ୍ତ ପଞ୍ଚାୟତ କ୍ଷେତ୍ରରେ ଉଦାହରଣ ପାଲଟିଛନ୍ତି ।