-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
01-Jun-2022
ବଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ) ବଲାଙ୍ଗିର ଜିଲ୍ଲା ନାଗରିକ କମିଟି ଶିକ୍ଷା ବିଭାଗ ସବ୍ କମିଟିର ସଭ୍ୟବୃନ୍ଦ ଆବାହକ ବ୍ରଜରାଜ ପୁରୋହିତଙ୍କ ନେତୃତ୍ୱରେ ଏକ ଶୁଭେଚ୍ଛା ଗସ୍ତରେ ସ୍ଥାନୀୟ ମାଲପଡା ୟୁପି ସ୍କୁଲ କୁ ଯାଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ର ସୁଶ୍ରୀ ବିଦ୍ୟୁତଲତା ଶତପଥି, ସିଆରସିସି ରଶ୍ମିତା ମହାନ୍ତି ଏବଂ ଅନ୍ୟାନ୍ୟ ଶିକ୍ଷୟତ୍ରୀ ଗଣ ଉପସ୍ଥିତ ଥିଲେ । ସ୍କୁଲ କମିଟି ସଭାପତି ସାଧୁ ମେହେର ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଦିଆଯାଉଥିଲେ ମଧ୍ୟ ମାତ୍ର ୪ଟି ଶ୍ରେଣୀ କୋଠରୀ ଥିବାରୁ ଶିକ୍ଷାଦାନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଅଷ୍ଟମ ଶ୍ରେଣୀ ପାଇଁ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ(କ୍କ୍ାସିକାଲ
ଶିକ୍ଷକ) ଏ ପର୍ଯ୍ୟନ୍ତ ନିଯୁକ୍ତି ପାଇ ନାହାନ୍ତି । ଆଲୋଚନା ସମୟରେ ସ୍କୁଲ କମିଟି ସଭାପତି ଶ୍ରୀ ମେହେର ପ୍ରକାଶ କଲେ ଯେ ପରିତ୍ୟକ୍ତ ଶ୍ରେଣୀ କୋଠରୀମାନଙ୍କ ସ୍ଥାନରେ ନୂତନ ଗୃହ ନିର୍ମାଣ ହେଲେ ଛାତ୍ର ଛାତ୍ରୀମାନେ ଉପକୃତ ହୋଇପାରିବେ । କମିଟି ସଦସ୍ୟ ଗୋପଭୂଷଣ ନାଥ, ଧର୍ମବ୍ରତ ରଥ ତଥା ଦିବାକର ହୋତା ଛାତ୍ରଛାତ୍ରୀଙ୍କ ବିଭିନ୍ନ ସୁବିଧା, ଅସୁବିଧା ବିଷୟରେ ପଚାରି ବୁଝିବା ସହ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।