-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
01-Jun-2022
ଗଞ୍ଜାମ ଜିଲ୍ଲା ଆସିକା ଥାନା ବାଲିସିରା ନିକଟ ସାପୁଆପଲ୍ଲୀ ଠାରେ ଆଜି ସକାଳୁ ଦୁଇ ବାଇକ ଧକ୍କା ହୋଇ ୬ ଆହାତ ହୋଇଥିବା ବେଳେ ସେଥିମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି l ଆହାତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି l ଗୁରୁତର ମାନଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି l କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ବ୍ରହ୍ମହପୁର ଅଭିମୁଖେ ଆସୁଥିବା ବାଇକ ସହ ଆସିକାରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ବାଇକ ଧକ୍କା ହୋଇଥିଲା l ଏଥିରେ ପ୍ରହଲ୍ଲାଦ ସାହୁ,ପ୍ରତାପ ମହାରଣା,ମିନି ବିଷୋୟୀ, କୁମାର ଦଳାଇ, ପପୁ ବିଷୋୟୀ ଓ ସୁବାଷ ସେଠୀ ଗୁରୁତର ଆହାତ ହୋଇଥିବା ସୂଚନା ମିଳିଛି l
(ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ)