-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
29-May-2022
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ସରପାଲ ଗ୍ରାମରେ ରବିବାର ସକାଳୁ ଗ୍ରାମର ପୋଖରୀ ରେ ବୁଡି ଜଣେ ବାଳିକାର ମୃତ୍ୟୁ ହୋଇଛି , ମୃତ ବାଳିକା ଜଣକ ହେଲେ ଅନୁଗୁଳ ଜିଲ୍ଲା କୋଶଲା ଅଞ୍ଚଳର ଝିଣ୍ଟିପାଲ ଗ୍ରାମର ସିନୁ ପ୍ରଧାନ ବୟସ ୫ ବର୍ଷ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ବାଳିକା ଜଣକ ନିଜ ମାଉସୀ ଘର ସରପାଲ ଗ୍ରାମ କୁ ଗତକାଲି ବୁଲିବାକୁ ଆସିଥିଲେ , ହେଲେ ଆଜି ସକାଳ ୧୦ ଘଟିକା ସମୟରେ ମାଉସୀ ଓ ଘରର ଅନ୍ୟ ଛୁଆମାନଙ୍କ ସାଙ୍ଗରେ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଉଥିଲେ । ହେଲେ ଗାଧୋଉଥିବା ସମୟରେ ସିନୁ ପାଣି ଭିତରକୁ ଚାଲିଯାଇ ବୁଡିଯାଇଥିଲେ । ପାଖରେ ଗାଧୋଉଥିବା ମାଉସୀ ସିନୁ କୁ ଉଦ୍ଧାର କରି ରେଢ଼ାଖୋଲ ଡ଼ାକ୍ତରଖାନାକୁ ଆଣିଥିବା ଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ପରିବାର ଲୋକେ ଖବର ଜାଣିବା ପରେ ରେଢ଼ାଖୋଲ ଡ଼ାକ୍ତରଖାନାକୁ ଆସିବାପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା । ଏ ସଂକ୍ରାନ୍ତରେ ଚାରମାଳ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି ।