-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
29-Apr-2022
ନାକଟିଦେଉ(କନ୍ଦର୍ପ ବେହେରା) : ଆଜି ପୂର୍ବାହ୍ନ ପାଖାପାଖି ୧୨ ଟା ସମୟରେ ରେ ନାକଟିଦେଉଳ ଥାନା ମୂଷାକାନୀ ନିକଟରେ ବାଇକ୍ ଦୁର୍ଘଟଣାରେ ୨ ଜଣ ଙ୍କର ଗୋଡ ଭାଙ୍ଗି ଆହତ ହୋଇଥିବା ଜଣା ପଡ଼ିଛି ା ଆହତ ଦ୍ବୟକୁ ପୋଲିସ୍ ଉଦ୍ଧାର କରି ବୁର୍ଲା ପଠାଇଥିବା ଖବର ହସ୍ତଗତ ହୋଇଛି ା
ପ୍ରକାଶ ଯେ , ନାକଟିଦେଉଳ ଥାନା ସାହେବୀ ପାଟୁଳିଢ଼ିପ ଗ୍ରାମର ୨ ଜଣ ଯୁବକ ନାକଟିଦେଉଳ କୁ କୌଣସି କାମରେ ଆସି ବାଇକ୍ ରେ ଫେରୁଥିବା ସମୟରେ ମୂଷାକାନୀ ନିକଟରେ ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଛିଟିକି ପଡ଼ିଥିଲା ା ଉଭୟଙ୍କର ଗୋଡ ଭାଙ୍ଗିଥିବା ଜଣା ପଡ଼ିଛି ା ଆହତ ଦ୍ବୟଙ୍କୁ ତୁରନ୍ତ ପୋଲିସ୍ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ପଠାଇଛି ା ଉଭୟ ଯୁବକ ନବବିବାହିତ ହୋଇଥିବା ବେଳେ ଆଜି ଉଭୟଙ୍କ ଶାଶୂଘର ଲୋକେ ନବବଧୂ ମାସିକିଆ ଘରକୁ ଯାଇଥିବା ବେଳେ ଶାଶୂଘର ଆଣିଦେଉଥିଲେ ା ଏ ପଟେ ଉଭୟ ଯୁବକ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଲାଉଥିବାରୁ ଦୁର୍ଘଟଣାର ଶିକାର ହୋଇଥିଲେ ା ଖବର ଲେଖା ହେବା ପର୍ଯ୍ୟନ୍ତ ଆହତଙ୍କର ପରିଚୟ ମିଳିପାରି ନାହିଁ ା