-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
28-Apr-2022
ଭୁବନେଶ୍ୱର : ଜାତୀୟସ୍ତରରେ ପୁଣି ଥରେ ସୁଯୋଗ ପାଇଛନ୍ତି ଓଲିଉଡ ନାୟିକା ସମ୍ଭାବନା ମହାନ୍ତି । ନିଜ ଦକ୍ଷ ଅଭିନୟ ଓ ପରିଚୟ ସହ ଓଡ଼ିଆ ଭାବରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଜଣେ ଓଡ଼ିଆ ଅଭିନେତ୍ରୀ ଭାବେ ଜାତୀୟ ସ୍ତରର ଏକ ବଡ଼ ଚ୍ୟାନେଲର ମେଗା ହିନ୍ଦୀ ଧାରାବାହିକରେ ଦ୍ଵିତୀୟ ଥର ପାଇଁ ନଜର ଆସିବେ। ଜୀ ଟିଭିରେ ଆସନ୍ତା ମେ’ରୁ ଆରମ୍ଭ ହେବାକୁ ଯାଉଥିବା ପ୍ୟାର କା ପେହେଲା ନାମ୍ ‘ରାଧା ମୋହନ’ ସିରିଏଲରେ ନଜର ଆସିବେ ସମ୍ଭାବନା। ଏହି ସିରିଏଲ୍ ସୋମବାର ରୁ ଶନିବାର ରାତି ୮ଟାରେ ପ୍ରସାରିତ
ହେବ। ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ସମ୍ଭାବନା ଜୀ-ଟିଭିରେ ସିରିଏଲ୍ ‘ରାଜା ବେଟା’ରେ ଅଭିନୟ କରିଥିଲେ । ଯେଉଁଥରେ ଦର୍ଶକଙ୍କୁ ତାଙ୍କ ଅଭିନୟ ଖୁବ୍ ପସନ୍ଦ ଆସିଛି । ବର୍ତ୍ତମାନ ସମ୍ଭାବନା ଅନ୍ୟମାନଙ୍କ ଠାରୁ ସାମାନ୍ୟ ଭିନ୍ନ ଏବଂ କିଛି ନୂଆ କରିବାକୁ ଚେଷ୍ଟା କରିଛନ୍ତି ଯାହାର ଫଳରେ ଆଜି ତାଙ୍କୁ ଦର୍ଶକ ଏହି ସ୍ଥାନରେ ଦେଖିବାକୁ ପାଇଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ‘ମୁଁ ରାଜା ତୁ ରାଣୀ’ ମାଧ୍ୟମରେ ୨୦୧୩ରେ ଓଲିଉଡରେ ପାଦ ଦେଇଥିଲେ।
(ଅମୃତ ନନ୍ଦ)